ଆନ୍ତର୍ଜାତିକ କ୍ରିକେଟ୍କୁ ନେଇ ଏକ ବଡ ନିଷ୍ପତ୍ତି ନେଇଛି ଆଇସିସି । ବୋର୍ଡ ପକ୍ଷରୁ ନିଆଯାଇ ଥିବା ନୂଆ ପଦକ୍ଷେପ ଅନୁଯାୟୀ ୧୫ ବର୍ଷ ବୟସରୁ କମ ଖେଳାଳି ମାନେ ଆଉ ଆନ୍ତର୍ଜାତିକ ମ୍ୟାଚ ଖେଳିପାରିବେ ନାହିଁ । ଏହି ବୟସରୁ କମ ବୟସର ଖେଳାଳିଙ୍କୁ ଅଯୋଗ୍ୟ ବିବେଚିତ କରାଯିବ । ଯୁବ ଖେଳାଳି ମାନଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଏପରି ନିୟମ ଜାରି କରାଯାଇଥିବା ନେଇ ବୋର୍ଡ ପକ୍ଷରୁ କୁହାଯାଇଛି । ଆଗକୁ ଆଇସିସି ତରଫରୁ ଆୟୋଜିତ ହେବାକୁ ଥିବା ୧୯ ବର୍ଷରୁ କମ୍ କ୍ରିକେଟ୍ରେ ୧୫ ବର୍ଷରୁ କମ୍ ଖେଳାଳିମାନେ ସାମିଲ ହୋଇ ପାରିବେନି । ତେଣୁ ଉଭୟ ପୁରୁଷ ଓ ମହିଳା କିମ୍ବା ୧୯ ବର୍ଷରୁ କମ୍ କ୍ରିକେଟ୍ ଖେଳିବା ପାଇଁ ଖେଳାଳିଙ୍କ ବୟସ ଅତିକମ୍ରେ ୧୫ ବର୍ଷରୁ ଅଧିକ ହେବା ନିହାତି ଜରୁରୀ । ଯଦି ଅତ୍ୟାବଶ୍ୟକ କ୍ଷେତ୍ରରେ ୧୫ ବର୍ଷରୁ କମ୍ କୌଣସି ଖେଳାଳି ନିଜ ଦେଶ ତରଫରୁ ପ୍ରତିନିଧିତ୍ବ କରିବାକୁ ଚାହାଁନ୍ତି ତେବେ ଜାତୀୟ ସ୍ତରର ବୋର୍ଡ ଏନେଇ ଆଇସିସିଠାରୁ ଅନୁମତି ପାଇବା ପାଇଁ ଆବେଦନ କରିପାରିବେ । ଏପରି କ୍ଷେତ୍ରରେ ଖେଳାଳିଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟକୁ ମଧ୍ୟ ଗୁରୁତ୍ୱ ଦିଆଯିବ ।
ନଭେମ୍ବର ମାସରେ କରାଚିରେ ଆୟୋଜିତ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜରେ ସଚିନ ନିଜ ଡେବ୍ୟୁ କରିଥିଲେ । ସେତେବେଳେ ତାଙ୍କୁ ମାତ୍ର ୧୬
ବର୍ଷ ୨୦୫ ଦିନ ବୟସ ହୋଇଥିଲା । ସେହପରି ପାକିସ୍ତାନର ହାସନ୍ ରାଜା ନାମକ ଜଣେ ଖେଳାଳି ମାତ୍ର ୧୪ ବର୍ଷ ୨୨୭ ଦିନ ବୟସରେ ଆନ୍ତର୍ଜାତିକ ମ୍ୟାଚ ଖେଳିବା ନେଇ ସୁଯୋଗ ପାଇଥିଲେ । ଜଣେ ସର୍ବକନିଷ୍ଠ ଖେଳାଳି ଭାବରେ ହାସନ୍ ୧୯୯୬ ମସିହାରୁ ୨୦୦୫ ମଧ୍ୟରେ ୭ ଟି ଟେଷ୍ଟ୍ ମ୍ୟାଚ ଏବଂ ୧୬ ଟି ଦିନିକିଆ ମ୍ୟାଚ୍ ଖେଳିବା ନେଇ ରେକର୍ଡ ନିଜ ନାଁରେ କରିଛନ୍ତି । ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଜଣଙ୍କ ତାଙ୍କୁ ୧୫ ବର୍ଷ ପୂର୍ବରୁ ହିଁ ଆନ୍ତର୍ଜାତିକ ଟେଷ୍ଟ୍ ମ୍ୟାଚରେ ପଦାର୍ପଣ କରିଥିଲେ ।
ପୁରୀ : ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ । ୧୦୮ ଗଡୁ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ମହାପ୍ରୠୁ…
ବାଲେଶ୍ବର : ବାଲେଶ୍ବର ସହରରେ କର୍ଫ୍ୟୁ ପରେ ୪୮ ଘଣ୍ଟା ପାଇଁ ସୋସିଆଲ ମିଡିଆ ବନ୍ଦ । ଗୋଷ୍ଠୀ ସଂଘର୍ଷ…
ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…
ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…
ସୋର(କେନ୍ୟୁଜ୍): ଦିଲ୍ଲୀରେ ଚଳାଇଥିଲେ ଲୁଟ୍ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…
ସମ୍ବଲପୁର: ପୂର୍ବରୁ ଧରାପଡିଥିଲେ, ପୁଣି ଧରା ହେଲେ । ଲାଞ୍ଚ ନେବା ଅଭିଯୋଗରେ ନାକଟିଦେଉଳ ବ୍ଲକ ଡଇଁଚା ପଞ୍ଚାୟତର ଆରଆଇ…