କ୍ରୀଡା

ବୁମରାଙ୍କ ବୋଲିଂରେ ବୋଲ୍ଡ ହୋଇଗଲା ଇଂଲଣ୍ଡ ଟିମ୍‌, ପ୍ରଥମ ପାଳିରେ ୨୫୩ରେ ଅଲଆଉଟ

ବୁମରା କଲେ କମାଲ । ଆଉ ୬ ଓ୍ଵିକେଟ ନେଇ ଇଂଲଣ୍ଡ ଟିମକୁ କଲେ ଧରାଶାୟୀ । ବିଶାଖାପାଟନମର ଓ୍ଵାଇଏସ ରେଡ୍ଡି ଷ୍ଟାଡିୟମରେ ଚାଲିଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ପ୍ରଥମ ଇନିଂସରେ ୨୫୩ ରନ୍‌ କରି ଅଲଆଉଟ ହୋଇଛି ଇଂଲଣ୍ଡ । ଇଂଲଣ୍ଡ ଟିମ୍‌ ୨୫୩ ରନ୍‌ କରି ଅଲଆଉଟ ହୋଇଥିବା ବେଳେ ଭାରତ ୧୪୩ ରନରେ ଆଗୁଆ ରହିଛି ।

ପରେ ଦ୍ୱିତୀୟ ପାଳି ଆରମ୍ଭ କରି ଆଜି ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଘରୋଇ ଦଳ ବିନା ୱିକେଟରେ ୨୮ ରନ୍‌ କରିଛି । ଫଳରେ ମୋଟ ୧୭୧ ରନ୍‌ରେ ଆଗୁଆ ରହିଛି । ପ୍ରଥମ ପାଳିରେ ଦ୍ୱିଶତକ କରିଥିବା ଯଶସ୍ୱୀ ଜୟସ୍ୱାଲ ୧୫ ଏବଂ ଅଧିନାୟକ ରୋହିତ ଶର୍ମା ୧୩ ରନ୍‌ କରି ଅପରାଜିତ ଅଛନ୍ତି ।

ଇଂଲଣ୍ଡ ପ୍ରଥମ ଇନିଂସ ଆରମ୍ଭରେ ଭଲ ଖେଳିଥିଲା । ପ୍ରଥମରୁ ୧ ଓ୍ଵିକେଟ ହରାଇ ୧୧୩ ରନ୍‌ କରିଥିଲା । ଏମିତି ଲାଗୁଥିଲା ଇଂଲଣ୍ଡ ଟିମ୍‌ ପ୍ରଥମ ଇନିଂସରେ କିଛି ବଡ ସ୍କୋର କରିବ । କିନ୍ତୁ କୁଲଦୀପ ଯାଦବ ୧୭ ବଲରେ ୨୧ ରନ କରିଥିବା ଡକେଟଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ।  କିନ୍ତୁ ବୁମରାଙ୍କ ଲକ୍ଷ୍ୟ କିଛି ଅଲଗା ଥିଲା । ବୁମରାଙ୍କ ବୋଲିଂରେ ଚିତପଟାଙ୍ଗ ଦେଲା ଟିମ୍‌ । ଆଉ ବୁମରାଙ୍କ ସାଥ ଦେଇଥିଲେ କୁଲଦୀପ ଯାଦବ । ଦୁହେଁ ଇଂଲଣ୍ଡ ଟିମକୁ ଲଗାତାର ଝଟକା ଦେଇଥିଲେ । ତେଣୁ ଇଂଲଣ୍ଡ ଟିମ୍‌ ପ୍ରଥମ ପାଳିରେ ୨୫୩ ରନରେ ଅଲଆଉଟ୍‌ ହୋଇଯାଇଥିଲା । ଦ୍ୱିତୀୟ ଦିନ ଖେଳରେ ବୁମରା ୬ ଓ୍ଵିକେଟ ନେଇ ୪୫ ରନ୍‌ ଦେଇଥିଲେ । ଇଂଲଣ୍ଡ ପକ୍ଷରୁ ଜ୍ୟାକ କ୍ରୋଲି ୭୬ ରନ୍‌ କରିଛନ୍ତି । ସେହିପରି ବେନ ଷ୍ଟ୍ରୋକ୍ସ ୪୭ ରନ୍‌, ବିୟରଷ୍ଟୋ ୨୫, ହାର୍ଟଲୀ ୨୧ ରନ୍‌ କରିଛନ୍ତି ।

ଭାରତ ପକ୍ଷରୁ ବୁମରା ୬ଟି, କୁଲଦୀପ ଯାଦବ ୩ଟି ଏବଂ ଅକ୍ଷର ପଟେଲ ୧ଟି ଓ୍ଵିକେଟ ନେଇଛନ୍ତି ।

ଭାରତ ପ୍ରଥମ ଇନିଂସରେ ୩୯୬ ରନ୍‌ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଜୟସ୍ୱାଲ ୨୦୯ ରନ୍‌ କରିଥିଲେ । ତେବେ ଭାରତ ଏବେ ଦ୍ୱିତୀୟ ଇନିଂସ ବ୍ୟାଟିଂ କରୁଛି ।

Swagatika

Recent Posts

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

10 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

18 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

34 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

43 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

52 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

1 hour ago