କ୍ରୀଡା

ଡେବ୍ଯୁ ମ୍ଯାଚରେ ଧମାଲ୍ କଲେ ଇଶାନ୍ କିଶନ, ଭାରତ ଆଗରେ ଆଣ୍ଠେଇଲା ଲଙ୍କା ବାହିନୀ

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଦମଦାର ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ। ୭ ୱିକେଟରେ ବାଜି ମାରିନେଲା ଟିମ୍ ଇଣ୍ଡିଆ। ବୋଲରଙ୍କ ପରେ ବ୍ୟାଟସମ୍ୟାନଙ୍କ କମାଲ। ପୃଥୀ, ଧଓ୍ବନ ଓ ଇଶାନ କିଶନଙ୍କ ପାଓ୍ବାର ସୋ ଆଗରେ ହାର ମାନିଥିଲା ଲଙ୍କା ବାହିନୀ।

ଜନ୍ମଦିନର ଖାସ୍ ଅବସରରେ ଦିନିକିଆରେ ପଦାର୍ପଣ କରିଥିବା ଇଶାନ କିଶନ ଆସିବା ମାତ୍ରେ ପ୍ରଥମ ବଲ୍‌ରେ ଛକା ମାରିଥିଲେ। ପୁଣି ଦ୍ଵିତୀୟ ବଲ୍‌ରେ ମଧ୍ୟ ଚୌକା ମାରିଥିଲେ। ଏହା ପରେ ବିସ୍ଫୋରକ ବ୍ୟାଟିଂ ଜାରି ରଖି ପଦାର୍ପଣ ମ୍ୟାଚ୍‌ରେ ୩୩ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ପଦାର୍ପଣ ମ୍ୟାଚ୍‌ରେ ସେ ଦ୍ଵିତୀୟ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ନିଜର ସ୍ଵପ୍ନ ସାକାର କରିଛନ୍ତି ଇଶାନ କିଶନ।

ଇଶାନ କିଶନ ଟି-୨୦ ଅନ୍ତର୍ଜାତୀୟ ପଦାର୍ପଣ ମ୍ୟାଚ୍‌ରେ ଚୌକା ସହ ଇନିଂସ ଆରମ୍ଭ କରିଥିଲେ। ଇଂଲଣ୍ଡ ବିପକ୍ଷ ଟି-୨୦ ମ୍ୟାଚ୍‌ରେ ସେ ୫୬ ରନର ଦମଦାର ଇନିଂସ୍‌ ଖେଳିଥିଲେ।

Swagatika

Recent Posts

୧୫ ଫୁଟର ଅଜଗର ଉଦ୍ଧାର, ଛଡ଼ାଗଲା ଜଙ୍ଗଲରେ

ମୋହନା : ଗଜପତି ଜିଲ୍ଲା ମୋହନା ଖାରୀଗୁଡା- ଲେକାପଦର ଗାଁ ନିକଟରୁ ୧୫ ଫୁଟର ଅଜଗର ସାପ ଉଦ୍ଧାର କରିଛନ୍ତି…

7 mins ago

ନାଗପୁର: ସପିଂ କରି ଫେରୁଥିବା ବେଳେ ସେନା ଅଟୋକୁ ଧକ୍କା ଦେଲା ବସ୍‌; ୨ ଯବାନ ମୃତ, ୬ ଗୁରୁତର

ମହାରାଷ୍ଟ୍ରର ନାଗପୁରରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ କହ୍ନାନ ନଦୀ ବ୍ରିଜ୍‌ରେ ଏକ ଦ୍ରୁତଗାମୀ…

9 mins ago

ଏଠି ସ୍ୱାର୍ଥ କି ଅର୍ଥ ନୁହେଁ, ଦିବ୍ୟାଙ୍ଗ ଦୁଇ ଭାଇଙ୍କ ଭିତରେ ରହିଛି ଅନାବିଳ ସ୍ନେହ

ଉଦଳା(କେନ୍ୟୁଜ): ମୋ ଭାଇର ଇଚ୍ଛା ହେଇଛି ସେ ବଜାର ବୁଲିଯିବ । ତେଣୁ ତାକୁ ନେଇ ଚାଲିଆସିଛି ଟିକେ ବୁଲେଇ ନେବା…

14 mins ago

ପଶ୍ଚିମବଙ୍ଗ ଦାର୍ଜିଲିଂ ଟ୍ରେନ ଦୁର୍ଘଟଣା: ହେଲ୍ପଲାଇନ ନମ୍ବର ଜାରି, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ

ପଶ୍ଚିମବଙ୍ଗ ଦାର୍ଜିଲିଂରେ କାଞ୍ଚନଜଙ୍ଗା ଏକ୍ସପ୍ରେସ ମାଲବାହୀ ଟ୍ରେନ ଦୁର୍ଘଟଣା ପରେ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ନିଖୋଜ ବା…

27 mins ago

ୟୁପିର ସିନେମା ହଲ୍‌ରେ ଭୟାବହ ଅଗ୍ନିକାଣ୍ଡ, କିଛି ମିନିଟ୍‌ ଭିତରେ ସବୁ ଜଳି ଛାରଖାର

ଉତ୍ତର ପ୍ରଦେଶର ଶାହାଜହାଁପୁରରେ ଏକ ସିନେମା ହଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ହଲ୍‌ ଭିତରେ ନିଆଁ ଦେଖି ଲୋକମାନେ…

27 mins ago

ୟୁଟ୍ୟୁବରେ ଆସିବ ଗୁଗଲ ଲେନ୍ସ ବଟନ୍‌, ଭିଡିଓ ସର୍ଚ୍ଚ କରିବା ହେବ ଆହୁରି ସହଜ

ଗୁଗଲର ସବୁଠାରୁ ବଡ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ହେଉଛି ୟୁଟ୍ୟୁବ୍ । ପ୍ରତ୍ୟେକ ଦିନ ବିଶ୍ୱର କୋଟି କୋଟି ଲୋକ…

37 mins ago