ଡେବ୍ଯୁ ମ୍ଯାଚରେ ଧମାଲ୍ କଲେ ଇଶାନ୍ କିଶନ, ଭାରତ ଆଗରେ ଆଣ୍ଠେଇଲା ଲଙ୍କା ବାହିନୀ

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଦମଦାର ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ। ୭ ୱିକେଟରେ ବାଜି ମାରିନେଲା ଟିମ୍ ଇଣ୍ଡିଆ। ବୋଲରଙ୍କ ପରେ ବ୍ୟାଟସମ୍ୟାନଙ୍କ କମାଲ। ପୃଥୀ, ଧଓ୍ବନ ଓ ଇଶାନ କିଶନଙ୍କ ପାଓ୍ବାର ସୋ ଆଗରେ ହାର ମାନିଥିଲା ଲଙ୍କା ବାହିନୀ।

ଜନ୍ମଦିନର ଖାସ୍ ଅବସରରେ ଦିନିକିଆରେ ପଦାର୍ପଣ କରିଥିବା ଇଶାନ କିଶନ ଆସିବା ମାତ୍ରେ ପ୍ରଥମ ବଲ୍‌ରେ ଛକା ମାରିଥିଲେ। ପୁଣି ଦ୍ଵିତୀୟ ବଲ୍‌ରେ ମଧ୍ୟ ଚୌକା ମାରିଥିଲେ। ଏହା ପରେ ବିସ୍ଫୋରକ ବ୍ୟାଟିଂ ଜାରି ରଖି ପଦାର୍ପଣ ମ୍ୟାଚ୍‌ରେ ୩୩ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ପଦାର୍ପଣ ମ୍ୟାଚ୍‌ରେ ସେ ଦ୍ଵିତୀୟ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ନିଜର ସ୍ଵପ୍ନ ସାକାର କରିଛନ୍ତି ଇଶାନ କିଶନ।

ଇଶାନ କିଶନ ଟି-୨୦ ଅନ୍ତର୍ଜାତୀୟ ପଦାର୍ପଣ ମ୍ୟାଚ୍‌ରେ ଚୌକା ସହ ଇନିଂସ ଆରମ୍ଭ କରିଥିଲେ। ଇଂଲଣ୍ଡ ବିପକ୍ଷ ଟି-୨୦ ମ୍ୟାଚ୍‌ରେ ସେ ୫୬ ରନର ଦମଦାର ଇନିଂସ୍‌ ଖେଳିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.