ଲୁଚାଛପା ଏମିତି କାମ କଲେ ବିକ୍କି କୌଶଲ, ଯାହାକୁ ଦେଖି ସମସ୍ତେ ଦେଲେ ଏପରି କମେଣ୍ଟ

ବଲିଉଡ ଅଭିନେତା ବିକ୍କି କୌଶଲ କେବଳ ଆକ୍ସନ କିମ୍ବା ରୋମାଣ୍ଟିକ ଅନ୍ଦାଜରେ ନଜର ଆସନ୍ତି, ତା’ ନୁହେଁ। ବିକ୍କିଙ୍କର ଅନେକ ଲୁଚାଛପା ପ୍ରତିଭା ରହିଛି। ଯାହା ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ବିକ୍କି ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ନିଜର ଲାଟେଷ୍ଟ କ୍ରିଏସନ ଭଗବାନ ଗଣେଶଙ୍କ ଏକ ପେଣ୍ଟିଂ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

 

View this post on Instagram

 

A post shared by Vicky Kaushal (@vickykaushal09)

ସୂଚନାଯୋଗ୍ଯ, ଖୁବଶୀଘ୍ର କ୍ଯାଟ୍ରିନାକୁ ବିକ୍କି ବିବାହ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ଚାଲିଛି। କିନ୍ତୁ ଏମାନେ ଏପର୍ଯ୍ଯନ୍ତ କୌଣସି ମତାମତ ରଖିନାହାନ୍ତି। ବିକ୍କି ଶଶାଙ୍କ ଖୈତାନଙ୍କ ସହିତ ଅପକମିଂ ଫିଲ୍ମ ‘ମିଷ୍ଟର ଲେଲେ’ ଏବଂ ସୁଜିତ ସରକାରଙ୍କ ସହିତ ‘ସରଦାର ଉଦ୍ଧମ ସିଂ’, କରନ ଜୋହରଙ୍କ ‘ ତଖତ‘, ମେଘନା ଗୁଲଜାରଙ୍କ ‘ ଶ୍ଯାମ ବାହାଦୁର’ ଏବଂ ଆଦିତ୍ଯଧରଙ୍କ ନିର୍ଦ୍ଦେଶନା ‘ ଦ ଇର୍ମୋଟାଲ ଅଶ୍ବଥାମା’ରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.