ଆଜିଠୁ ପୁଣି ଆରମ୍ଭ ହେଲା ମୋ ବସ୍‌ ସେବା: ପ୍ରଥମ ପର୍ଯ୍ୟାୟରେ ୧୬ଟି ରୁଟ୍‌ରେ କରୁଛି ଚଳାଚଳ

ଭୁବନେଶ୍ବର(କେନ୍ଯୁଜ୍): ଗଡିଲା ମୋ ବସ୍‌। ୧୬ଟି ରୁଟ୍‌ରେ ୮୯ଟି ବସ୍‌ ଚଳାଚଳ କରୁଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବସ୍‌ ଚଳାଚଳ କରିବ। ସରକାରଙ୍କ କୋଭିଡ୍‌ ନିୟମ ଅନୁଯାୟୀ ବସ୍‌ ଚଳାଚଳ କରିବ। ପ୍ରତି ବସ୍‌ରେ ଯେତିକି ସିଟ୍‌ ସେତିକି ଯାତ୍ରୀ ଯିବେ।

ଯାତ୍ରୀଙ୍କୁ ଛିଡା ହୋଇ ଯିବାକୁ ଅନୁମତି ଦିଆଯିବନି। ବିନା ମାସ୍କରେ କୌଣସି ଯାତ୍ରୀ ଯାତ୍ରା କରିପାରିବେନି। ବସ୍‌କୁ ପ୍ରତିଦିନ ବିଶୋଧନ କରାଯିବ। ପ୍ରାୟ ୨ ମାସ ପରେ ଆଜିଠୁ ପୁଣି ଆରମ୍ଭ ହୋଇଛି ମୋ ବସ୍‌ ସେବା। ଯାତ୍ରୀ ବସିବା ପୂର୍ବରୁ ବସ୍‌ ଗୁଡିକୁ ସାନିଟାଇଜ୍‌ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.