SBI ରେ ବମ୍ପର ନିଯୁକ୍ତି, ଜଲଦି କରନ୍ତୁ ଆବେଦନ

ଭାରତୀୟ ଷ୍ଟେଟ ବ୍ଯାଙ୍କରେ ଆପଣ ଚାକିରି ଖୋଜୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଏସବିଆଇ ପକ୍ଷରୁ ବିଭିନ୍ନ ବିଭାଗରେ ଆପାରଣ୍ଟିସ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଏହିସବୁ ପଦବୀ ପାଇଁ ଆବେଦନ କରିପାରିବେ। ଏଥିପାଇଁ ଏସବିଆଇର ଅଧିକାରକ ୱେବସାଇଟ sbi.co.inକୁ ଯାଇ ଆବେଦନ କରିପାରିବେ। ଏହିସବୁ ପଦବୀରେ ଆବେଦନ କରିବା ପାଇଁ ଶେଷ ତାରିଖ ୨୬ ଜୁଲାଇ, ୨୦୨୧ ରହିଛି।

ଏହାଛଡା ଇଚ୍ଛୁକ ପ୍ରାର୍ଥୀ ସିଧାସଳଖ ଲିଙ୍କ https://www.sbi.co.in/web/careers#lattest କୁ ଯାଇ କ୍ଲିକ କରି ଏହିସବୁ ପଦବୀରେ ଆବେଦନ କରିପାରିବେ। ନଚେତ୍ https://www.sbi.co.in/documents/77530/11154687/05072021_SBI+-+APPRENTICE+Advt+for+Website.pdf ଜରିଆରେ ଅଧିକାରକ ନୋଟିଫିକେସନ ମଧ୍ୟ ଦେଖିପାରିବେ।

ପଦବୀ ବିବରଣୀ: ୬୧୦୦

ସାଧାରଣ ବର୍ଗ: ୨୫୭୭

EWS: ୬୦୪

ଓବିସି: ୧୩୭୫

ଏସସି: ୯୭୭

ଏସଟି: ୫୬୭

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୨୬ ଜୁଲାଇ ୨୦୨୧ ରହିଛି।

ଶିକ୍ଷାଗତ ଯୋଗ୍ଯତା: ପ୍ରାର୍ଥୀ କୌଣସି ମାନ୍ଯତାପ୍ରାପ୍ତ ବିଶ୍ବବିଦ୍ଯାଳୟ/ସଂସ୍ଥାରୁ ଗ୍ରାଜୁଏଟ ହୋଇଥିବା ଜରୁରୀ।

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ସୀମା ୨୦ରୁ ୨୮ ବର୍ଷ ହୋଇଥିବା ଜରୁରୀ।

ଆବେଦନ ଶୁଳ୍କ: ସାଧାରଣ ବର୍ଗ/ଓବିସି/EWS ପ୍ରାର୍ଥୀ ଆବେଦନ ଶୁଳ୍କ ୩୦୦ ଟଙ୍କା ଦେବାକୁ ପଡିବ କିନ୍ତୁ ଏସସି/ଏସଟି/PWD ପ୍ରାର୍ଥୀଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ।

ଚୟନ ପ୍ରକ୍ରିୟା: ଅନଲାଇନରେ ଲିଖିତ ପରୀକ୍ଷା ଏବଂ ସ୍ଥାନୀୟ ଭାଷାରେ ପରୀକ୍ଷା ଦେବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.