କ୍ରୀଡା

ପୁଣି ଥରେ ବିପଦରେ ପଡ଼ିବ ଟିମ୍ ଇଣ୍ଡିଆ, ସିଡନୀ ଗ୍ରାଉଣ୍ଡରେ କାମ କରେନି ବିରାଟଙ୍କ ବ୍ଯାଟିଂ

ଭାରତ – ଅଷ୍ଟ୍ରେଲିଆ ମଧ୍ୟରେ ଚାଲୁଥିବା ଦିନିକିଆ ସିରିଜର ଦ୍ବିତୀୟ ମ୍ଯାଚ ଆସନ୍ତାକାଲି ସିଡନୀ ଗ୍ରାଉଣ୍ଡରେ ଖେଳାଯିବ। ପ୍ରଥମ ଦିନିକିଆରେ ଭାରତ ଅଷ୍ଟ୍ରେଲିଆ ଠାରୁ ୬୬ ରନରେ ପରାସ୍ତ ହୋଇଛି । ଏହି ମ୍ୟାଚରେ ସମସ୍ତଙ୍କ ଫୋକସରେ ଥିଲେ ଚଳିତ ସମୟର ଶ୍ରେଷ୍ଠ ବ୍ୟାଟସମ୍ୟାନ୍ ବିରାଟ କୋହଲି । କିନ୍ତୁ ସେ ସମସ୍ତଙ୍କୁ ନିରାଶ କରିଥିଲେ । ମାତ୍ର ୨୧ ରନ୍ ଖେଳି ସେ ପ୍ୟାଭିଲିୟନ ଫେରିଥିଲେ । ସିଡନୀ ଗ୍ରାଉଣ୍ଡରେ ସେ ଲଗାତର ଭାବେ ଫ୍ଲପ୍ ହେଉଛନ୍ତି ।

ବିଶ୍ୱ କ୍ରିକେଟରେ ବିରାଟଙ୍କୁ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରାଯାଏ । ସିଡନୀ ହେଉଛି ସଚିନଙ୍କ ପସନ୍ଦଯୋଗ୍ୟ ଷ୍ଟାଡିୟମ । ସେ ଅଷ୍ଟ୍ରେଲିଆରେ ସର୍ବାଧିକ ୪ଟି ଶତକ ଏହି ଷ୍ଟାଡିୟମରେ ଲଗାଇଛନ୍ତି । କିନ୍ତୁ ବିରାଟ ଏଠାରେ ରନ୍ ସଂଗ୍ରହ ପାଇଁ ସଙ୍ଘର୍ଷ କରିଥାନ୍ତି । ଟେଷ୍ଟରେ ସେ ଏହି ଷ୍ଟାଡିୟମରେ ଶତକ ଲଗାଇଥିଲେ ମଧ୍ୟ ଦିନିକିଆରେ ମୋଟ୍ ୬ଟି ଇନିଂସ ଖେଳି ସେ ୫୭ ରନ୍ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ ମଧ୍ୟ ଏହି ଷ୍ଟାଡିୟମରେ ଖେଳାଯିବ । ପ୍ରଶଂସକମାନେ ବିରାଟଙ୍କ ଠାରୁ ବେଶ୍ ବଡ଼ ସ୍କୋର ଆଶା କରୁଛନ୍ତି।

ଅଷ୍ଟ୍ରେଲିଆରେ ବିରାଟଙ୍କ ଫେଭରେଟ୍ ଗ୍ରାଉଣ୍ଡ ହେଉଛି ଆଡିଲେଡ୍ । ତାଙ୍କର ଆଭରେଜ ୭୬ । ଏଠାରେ ସେ ଟେଷ୍ଟ୍ ଓ ଦିନିକିଆରେ ଖେଳିଥିବା ୧୧ଟି ଇନିଂସରେ ୭୬୫ ରନ୍ କରିଛନ୍ତି । ୫ଟି ଶତକ ମଧ୍ୟ ଲଗାଇଛନ୍ତି । ୨୦୧୨ରେ ବିରାଟ ପ୍ରଥମେ ଏହି ଷ୍ଟାଡିୟମରେ ୧୧୬ ରନ୍ କରିଥିଲେ ।

Swagatika

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago