Categories: କ୍ରୀଡା

ଆଜିଠୁ ମେଲବର୍ଣ୍ଣରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଅଷ୍ଟ୍ରେଲିଆ , ଦୁଇ ଦଳ ସ୍ୱତନ୍ତ୍ର ରଣନୀତି ସହ ଓହ୍ଲାଇଛନ୍ତି ମୈଦାନକୁ

ମେଲବର୍ଣ୍ଣ(କେନ୍ୟୁଜ୍) : ଆଜିଠୁ ବକ୍ସିଂ ଡେ ଟେଷ୍ଟ । ମେଲବର୍ଣ୍ଣରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଅଷ୍ଟ୍ରେଲିଆ । ସିରିଜ ୧-୧ରେ ବରାବର ସ୍ଥିତିରେ ରହିଥିବାରୁ ଦୁଇ ଦଳ ସ୍ୱତନ୍ତ୍ର ରଣନୀତି ସହ ମୈଦାନକୁ ଓହ୍ଲାଇଛନ୍ତି । ନୂଆ ମୁହଁ ଭାବେ ଦଳରେ ସାମିଲ ହୋଇଛନ୍ତି ମୟଙ୍କ ଅଗ୍ରଓ୍ଵାଲ । ସେହିପରି ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜା ଦଳକୁ ଫେରିଛନ୍ତି ।

ଦଳରୁ ବାଦ ପଡ଼ିଛନ୍ତି ଦୁଇ ଓପନର ମୁରଲୀ ବିଜୟ ଓ ଲୋକେଶ ରାହୁଲ । ଡେବ୍ୟୁ କରୁଥିବା ମୟଙ୍କ ଅଗ୍ରଓ୍ଵାଲ ହନୁମା ବିହାରୀଙ୍କ ସହ ଓପନିଂ କରିଥିଲେ । ଲଞ୍ଚ ବ୍ରେକ ସୁଦ୍ଧା ଟିମ୍‌ ଇଣ୍ଡିଆ ୧ୱିକେଟ୍‌ ହରାଇ ୨୭ ଓଭରରେ ୫୭ ରନ୍‌ କରିଛନ୍ତି। ମାତ୍ର ୮ରନ୍‌ କରି ହନୁମାନ ବିହାରୀ ପାଭିଲିୟନକୁ ଫେରିଛନ୍ତି। ଆଡିଲେଡ୍‌ରେ ଭାରତ ବିଜୟୀ ହୋଇଥିବା ବେଳେ ପର୍ଥ ଟେଷ୍ଟରେ ପରାଜୟ ବରଣ କରିଥିଲା । ସେପଟେ ଘରୋଇ ଦଳ ବି ସିରିଜ ବିଜୟ ଲକ୍ଷ୍ୟ ନେଇ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତି କରିଛି ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago