Below header

ଆଜିଠୁ ମେଲବର୍ଣ୍ଣରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଅଷ୍ଟ୍ରେଲିଆ , ଦୁଇ ଦଳ ସ୍ୱତନ୍ତ୍ର ରଣନୀତି ସହ ଓହ୍ଲାଇଛନ୍ତି ମୈଦାନକୁ

ମେଲବର୍ଣ୍ଣ(କେନ୍ୟୁଜ୍) : ଆଜିଠୁ ବକ୍ସିଂ ଡେ ଟେଷ୍ଟ । ମେଲବର୍ଣ୍ଣରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଅଷ୍ଟ୍ରେଲିଆ । ସିରିଜ ୧-୧ରେ ବରାବର ସ୍ଥିତିରେ ରହିଥିବାରୁ ଦୁଇ ଦଳ ସ୍ୱତନ୍ତ୍ର ରଣନୀତି ସହ ମୈଦାନକୁ ଓହ୍ଲାଇଛନ୍ତି । ନୂଆ ମୁହଁ ଭାବେ ଦଳରେ ସାମିଲ ହୋଇଛନ୍ତି ମୟଙ୍କ ଅଗ୍ରଓ୍ଵାଲ । ସେହିପରି ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜା ଦଳକୁ ଫେରିଛନ୍ତି ।

1rଦଳରୁ ବାଦ ପଡ଼ିଛନ୍ତି ଦୁଇ ଓପନର ମୁରଲୀ ବିଜୟ ଓ ଲୋକେଶ ରାହୁଲ । ଡେବ୍ୟୁ କରୁଥିବା ମୟଙ୍କ ଅଗ୍ରଓ୍ଵାଲ ହନୁମା ବିହାରୀଙ୍କ ସହ ଓପନିଂ କରିଥିଲେ । ଲଞ୍ଚ ବ୍ରେକ ସୁଦ୍ଧା ଟିମ୍‌ ଇଣ୍ଡିଆ ୧ୱିକେଟ୍‌ ହରାଇ ୨୭ ଓଭରରେ ୫୭ ରନ୍‌ କରିଛନ୍ତି। ମାତ୍ର ୮ରନ୍‌ କରି ହନୁମାନ ବିହାରୀ ପାଭିଲିୟନକୁ ଫେରିଛନ୍ତି। ଆଡିଲେଡ୍‌ରେ ଭାରତ ବିଜୟୀ ହୋଇଥିବା ବେଳେ ପର୍ଥ ଟେଷ୍ଟରେ ପରାଜୟ ବରଣ କରିଥିଲା । ସେପଟେ ଘରୋଇ ଦଳ ବି ସିରିଜ ବିଜୟ ଲକ୍ଷ୍ୟ ନେଇ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.