ଯାଜପୁର ଜିଲ୍ଲାରେ ଚାଷୀ ଅସନ୍ତୋଷ , ବାହାର ରାଜ୍ୟ ବେପାରୀଙ୍କୁ କମ୍‌ ଦରରେ ବିକୁଛନ୍ତି ଧାନ

ଯାଜପୁର(କେନ୍ୟୁଜ୍) : ଆରମ୍ଭ ହେଲାଣି ଧାନ ଅମଳ । ଧାନ ବିକ୍ରି କରିବାକୁ ଚାଷୀକୁ ସୁଯୋଗ ନାହିଁ । ଯାଜପୁର ଜିଲ୍ଳାରେ ଏଯାଏ ଖୋଲିନି ଧାନ ମଣ୍ଡି । କାଁ ଭାଁ ସମବାୟ ସମିତିକୁ ଛାଡି ଦେଲେ ଅଧିକାଂଶ ସ୍ଥାନରେ ଚାଷୀ ଅମଳ ଧାନକୁ କମ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ଏହାର ସୁଯୋଗ ନେଇ ରାଜ୍ୟ ବାହାରର ବ୍ୟବସାୟୀ ଧାନ ଶାଗ ମାଛ ଦରରେ କିଣୁଛନ୍ତି । ମଣ୍ଡି ଖୋଲିବାରେ ବିଳମ୍ବ ଓ ଟଙ୍କାର ଆବଶ୍ୟକତା ହେତୁ କମ୍‌ ମୂଲ୍ୟରେ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି ଚାଷୀ ।

jajଏହି ସମସ୍ୟାକୁ ନେଇ ଜିଲ୍ଲାପାଳ ଜିଲ୍ଲାର ୬୦ଟି ସମବାୟ ସମିତିର ସଂପାଦକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ରିପୋର୍ଟ ତଲବ କରିଛନ୍ତି । କାରଣ ଦର୍ଶାଅ ନୋଟିସ ପାଇବା ପରେ ସମବାୟ ସମିତି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ତୁରନ୍ତ ମଣ୍ଡି ନଖୋଲିଲେ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।  ଚାଷୀଙ୍କ ପାଇଁ ତୁରନ୍ତ ମଣ୍ଡି ଖୋଲିବାକୁ ଦାବି କରିଛନ୍ତି ଚାଷୀ ।

 

Leave A Reply

Your email address will not be published.