ସୁନ୍ଦରଗଡ଼ ବଣାଇ ବନଖଣ୍ଡର ବରସୁଆଁ ରେଞ୍ଜରେ ଅସୁସ୍ଥ ହାତୀର ମୃତ୍ୟୁ

ସୁନ୍ଦରଗଡ଼(କେନ୍ୟୁଜ୍) : ସୁନ୍ଦରଗଡ଼ ବଣାଇ ବନଖଣ୍ଡର ବରସୁଆଁ ରେଞ୍ଜରେ ହାତୀ ମୃତ। ଅସୁସ୍ଥ ହାତୀକୁ ବନବିଭାଗ ପକ୍ଷରୁ ୨ଦିନ ଧରି ଚିକିତ୍ସା କରାଯାଇଥିଲେ ମଧ୍ୟ ତାର ମୃତ୍ୟୁ ହୋଇଛି। ବନବିଭାଗ ପକ୍ଷରୁ ହାତୀର ମୃତଦେହ ବ୍ୟବଚ୍ଛେଦ କରି ପୋତି ଦିଆଯାଇଛି। ମୃତ ହାତୀର ବୟସ ପ୍ରାୟ ୩୦ ବର୍ଷ ବୋଲି ଜଣାପଡ଼ିଛି। କିଛିଦିନ ପୂର୍ବରୁ ବଣାଇ ରେଞ୍ଜକୁ ୧୮ଟି ଝାଡ଼ଖଣ୍ଡି ହାତୀ ଆସିଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ଦନ୍ତାହାତୀ ଅସୁସ୍ଥ ହୋଇ ପଡ଼ି ଆଗକୁ ଯାଇପାରିନଥିଲା। ପରେ ବନବିଭାଗ ଏହାର ଚିକିତ୍ସା କରିଥିଲା।