ଆଜି ପୁଣି ବ୍ୟାଙ୍କ ଧର୍ମଘଟ , ବ୍ୟାଙ୍କ ଅଫ ବରୋଦା ସହ ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣ ପ୍ରତିବାଦରେ ବନ୍ଦ ଡାକରା

ଭୁବନେଶ୍ବର(କେନ୍ୟୁଜ୍) : ଆଜି ପୁଣି ବ୍ୟାଙ୍କ ଧର୍ମଘଟ । ବ୍ୟାଙ୍କ ଅଫ ବରୋଦା ସହ ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣ ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନର ଡାକରାରେ ସାମିଲ ହୋଇଛନ୍ତି ରାଷ୍ଟ୍ରାୟତ୍ତ ବ୍ୟାଙ୍କର କର୍ମଚାରୀ। ଏହି ଫୋରମରେ ୯ଟି ବ୍ୟାଙ୍କ ସଂଗଠନ ସାମିଲ ଅଛନ୍ତି। ଗତ ୭ ଦିନ ମଧ୍ୟରେ ଏହା ୨ୟ ବ୍ୟାଙ୍କ ଧର୍ମଘଟ। ତେବେ ଘରୋଇ ବ୍ୟାଙ୍କ ଗୁଡ଼ିକ ସ୍ୱାଭାବିକ ଭାବେ କାର‌୍ୟ୍ୟ କରିବ। ପୂର୍ବରୁ ଗତ ୨୧ ତାରିଖରେ ପେ’ ରିଭିଜନ୍‌ ସହ ବିଭିନ୍ନ ପ୍ରସଙ୍ଗରେ ଧର୍ମଘଟ ଡାକରା ଦେଇଥିଲା ବ୍ୟାଙ୍କର୍ସ ଅଫିସର୍ସ ସଂଘ। ସେଦିନ ଧର୍ମଘଟ ଯୋଗୁଁ ବ୍ୟାଙ୍କ ବନ୍ଦ ରହିଥିଲା । ଏହାପରେ ଚତୁର୍ଥ ଶନିବାର ଓ ରବିବାର ଛୁଟି ରହିଥିଲା ବ୍ୟାଙ୍କ। ସୋମବାର ଗୋଟିଏ ଦିନ ବ୍ୟାଙ୍କ ଖୋଲା ରହିଥିଲା। କ୍ରିସମାସ ଛୁଟି ଯୋଗୁଁ ଗତକାଲି ମଧ୍ୟ ବ୍ୟାଙ୍କ ବନ୍ଦ ରହିଥିଲା। ଲଗାତର ଏତେ ଦିନ ବ୍ୟାଙ୍କ ବନ୍ଦ ଯୋଗୁଁ ଅର୍ଥନୈତିକ କାରବାର ବାଧାପ୍ରାପ୍ତ ହୋଇଛି।

Leave A Reply

Your email address will not be published.