ସାବଧାନ ! ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମ୍ରୁ ବାହାରୁଛି ଜାଲ୍ ନୋଟ

ମୟୂରଭଞ୍ଜ(କେନ୍ୟୁଜ୍) : ବ୍ୟାଙ୍କ ଏଟିଏମ୍ରୁ ବାହାରୁଛି ଜାଲ ନୋଟ । ମୟୂରଭଞ୍ଜ ଜିଲ୍ଲା ମରୋଡାବଜାରରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମରୁ ଜାଲ ନୋଟ ବାହାରୁଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ଜଣେ ଯୁବକ ଏଟିଏମ୍ରୁ ୫୦୦ ଟଙ୍କା ବାହାର କଲା ପରେ ତାହା ଜାଲ ନୋଟ୍ ବୋଲି ଜଣାପଡିଥିଲା। ଏଥିସହ ଆଉ ଜଣେ ବ୍ୟକ୍ତିଙ୍କର ୨ହଜାର ଟଙ୍କିଆ ଜାଲ ନୋଟ୍ ବାହାରିଥିବା ଅଭିଯୋଗ ହୋଇଛି। ଏନେଇ ମରୋଡା ଥାନାରେ ଲିଖିତ ଅଭିଯୋଗ ହୋଇଛି।