Categories: କ୍ରୀଡା

୩୭ ବର୍ଷ ଅପେକ୍ଷାର ଅନ୍ତ : ମେଲବୋର୍ଣ୍ଣରେ ଇତିହାସ ରଚିଲା ଟିମ୍‌ ଇଣ୍ଡିଆ , ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟକୁ ୧୩୭ ରନ୍‌ରେ ଜିତିଛି ଭାରତ

ମେଲବୋର୍ଣ୍ଣ(କେନ୍ୟୁଜ୍) : ୩୭ ବର୍ଷ ଅପେକ୍ଷାର ଅନ୍ତ । ମେଲବୋର୍ଣ୍ଣରେ ଇତିହାସ ରଚିଲା ଟିମ୍‌ ଇଣ୍ଡିଆ । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟକୁ ୧୩୭ ରନ୍‌ରେ ଜିତିଛି ଭାରତ । ଏହି ବିଜୟ ସହ ଭାରତ ୪ଟିକିଆ ସିରିଜ୍‌ରେ ୨-୧ରେ ଆଗୁଆ ରହିଛି । ଭାରତ ମେଲବୋର୍ଣ୍ଣରେ ୩୭ ବର୍ଷ ପରେ ବିଜୟ ହାସଲ କରିଛି । ଶେଷ ଥର ୧୯୮୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍‌ ଜିତିଥିଲା ଭାରତ । ଆଜି ପଞ୍ଚମ ଦିନରେ ଭାରତକୁ ବିଜୟ ପାଇଁ ଦୁଇଟି ଓ୍ଵିକେଟ୍‌ ଆବଶ୍ୟକ ଥିଲା । ହେଲେ ମେଲବୋର୍ଣ୍ଣରେ ବର୍ଷା ଲାଗି ରହିଥିବାରୁ କିଛି ସମୟ ମ୍ୟାଚ୍‌ ଚାଲି ପାରିନଥିଲା । ହେଲେ ଦୁଇ ଘଣ୍ଟା ପରେ ପାଗ ବଦଳିବା ପରେ ଖେଳ ଆରମ୍ଭ ହୋଇଥିଲା । ପ୍ରଥମ ଓ୍ଵିକେଟ୍‌ ନେଇଥିଲେ ବୁମରାହ । ଏହା ପରେ ଇଶାନ୍ତ ଶର୍ମା ଶେଷ ଓ୍ଵିକେଟ୍‌ ନେଇ ଭାରତକୁ ଐତିହାସିକ ବିଜୟ ଦେଇଥିଲେ ।

ବିଜୟ ପାଇଁ ଭାରତ ଘରୋଇ ଦଳକୁ ୩୯୯ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା । ହେଲେ ଅଷ୍ଟ୍ରେଲିଆ ୨୬୧ରେ ଅଲଆଉଟ୍‌ ହୋଇଯାଇଥିଲା । ଭାରତ ପକ୍ଷରୁ ବୁମରାହ ତିନିଟି, ଜାଡେଜା ତିନିଟି, ଇଶାନ୍ତ ଶର୍ମା ଓ ମହମ୍ମଦ ସାମି ଦୁଇଟି ଲେଖାଏଁ ଓ୍ଵିକେଟ୍‌ ନେଇଛନ୍ତି । ଦମଦାର ବୋଲିଂ ପାଇଁ ବୁମରାହ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଛନ୍ତି । ଆସନ୍ତା ତିନି ତାରିଖରେ ସିଡନିରେ ଚତୁର୍ଥ ତଥା ଶେଷ ମ୍ୟାଚ୍‌ ଖେଳାଯିବ ।

ଦେଖନ୍ତୁ ଟିମ୍‌ ଇଣ୍ଡିଆ ଜିତିବା ପର ଭିଡିଓ ।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

3 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

17 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

32 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

42 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

53 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago