୩୭ ବର୍ଷ ଅପେକ୍ଷାର ଅନ୍ତ : ମେଲବୋର୍ଣ୍ଣରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ , ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟକୁ ୧୩୭ ରନ୍ରେ ଜିତିଛି ଭାରତ

ମେଲବୋର୍ଣ୍ଣ(କେନ୍ୟୁଜ୍) : ୩୭ ବର୍ଷ ଅପେକ୍ଷାର ଅନ୍ତ । ମେଲବୋର୍ଣ୍ଣରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟକୁ ୧୩୭ ରନ୍ରେ ଜିତିଛି ଭାରତ । ଏହି ବିଜୟ ସହ ଭାରତ ୪ଟିକିଆ ସିରିଜ୍ରେ ୨-୧ରେ ଆଗୁଆ ରହିଛି । ଭାରତ ମେଲବୋର୍ଣ୍ଣରେ ୩୭ ବର୍ଷ ପରେ ବିଜୟ ହାସଲ କରିଛି । ଶେଷ ଥର ୧୯୮୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଜିତିଥିଲା ଭାରତ । ଆଜି ପଞ୍ଚମ ଦିନରେ ଭାରତକୁ ବିଜୟ ପାଇଁ ଦୁଇଟି ଓ୍ଵିକେଟ୍ ଆବଶ୍ୟକ ଥିଲା । ହେଲେ ମେଲବୋର୍ଣ୍ଣରେ ବର୍ଷା ଲାଗି ରହିଥିବାରୁ କିଛି ସମୟ ମ୍ୟାଚ୍ ଚାଲି ପାରିନଥିଲା । ହେଲେ ଦୁଇ ଘଣ୍ଟା ପରେ ପାଗ ବଦଳିବା ପରେ ଖେଳ ଆରମ୍ଭ ହୋଇଥିଲା । ପ୍ରଥମ ଓ୍ଵିକେଟ୍ ନେଇଥିଲେ ବୁମରାହ । ଏହା ପରେ ଇଶାନ୍ତ ଶର୍ମା ଶେଷ ଓ୍ଵିକେଟ୍ ନେଇ ଭାରତକୁ ଐତିହାସିକ ବିଜୟ ଦେଇଥିଲେ ।
ବିଜୟ ପାଇଁ ଭାରତ ଘରୋଇ ଦଳକୁ ୩୯୯ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା । ହେଲେ ଅଷ୍ଟ୍ରେଲିଆ ୨୬୧ରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ବୁମରାହ ତିନିଟି, ଜାଡେଜା ତିନିଟି, ଇଶାନ୍ତ ଶର୍ମା ଓ ମହମ୍ମଦ ସାମି ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି । ଦମଦାର ବୋଲିଂ ପାଇଁ ବୁମରାହ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି । ଆସନ୍ତା ତିନି ତାରିଖରେ ସିଡନିରେ ଚତୁର୍ଥ ତଥା ଶେଷ ମ୍ୟାଚ୍ ଖେଳାଯିବ ।
ଦେଖନ୍ତୁ ଟିମ୍ ଇଣ୍ଡିଆ ଜିତିବା ପର ଭିଡିଓ ।
Thank you to all the fans for the Love and support! A special win at The MCG. Next stop – SCG 🇮🇳 #TeamIndia #AUSvIND pic.twitter.com/HR4FnnGEbA
— BCCI (@BCCI) 30 December 2018