କ୍ରୀଡା

ରାଞ୍ଚିରେ ଭାରତର ରୋମାଞ୍ଚକର ବିଜୟ, ୪ର୍ଥ ଟେଷ୍ଟ ମ୍ୟାଚ ଜିତି ସିରିଜ କବଜା କଲା ଭାରତ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜିତିଲା ଭାରତ । ରାଞ୍ଚିରେ ଖେଳାଯାଉଥିବା ୪ର୍ଥ ଟେଷ୍ଟ ଜିତିବା ପରେ ଭାରତ ସିରିଜ କବଜା କରିଛି । ରାଞ୍ଚି ଟେଷ୍ଟରେ ଇଂଲଣ୍ଡ ଭାରତକୁ ବିଜୟ ପାଇଁ ୧୯୨ ରନର ଟାର୍ଗେଟ ଦେଇଥିଲା । ଯାହାକୁ ଭାରତ ୫ ଓ୍ଵିକେଟ ହରାଇ ହାସଲ କରିନେଇଛି । ଆଉ ଗୋଟିଏ ମ୍ୟାଚ ବାକି ଥାଇ ଭାରତ ଟେଷ୍ଟ ସିରିଜ ଜିତି ନେଇଛି । ଭାରତ ୩-୧ରେ ସିରିଜ ଜିତିନେଇଛି ।

ଭାରତ-ଇଂଲଣ୍ଡ ମଧ୍ୟରେ ୪ର୍ଥ ଟେଷ୍ଟ ମ୍ୟାଚରେ ଭାରତକୁ ଇଂଲଣ୍ଡ ୧୯୨ ରନର ଟାର୍ଗେଟ ଦେଇଥିଲା । ଏହାର ଜବାବରରେ ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସ୍ୱାଲ ଓପନିଂ କରି ୮୪ ରନ୍‌ କରିଥିଲେ । ଭଲ ଆରମ୍ଭ ପରେ ୧୨୦ ରନରେ ୫ଟି ୱିକେଟ ହରାଇ ରୋହିତ ବାହିନୀ ସଂଘର୍ଷ କରିଥିଲା । ଏହାପରେ ଟିମର ଲଗାତାର ଓ୍ଵିକେଟ ଫ୍ୟାନ୍ସଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ଭାରତୀୟ ଟିମ୍‌ ୧୨୦ ରନରେ ୫ଟି ଓ୍ଵିକେଟ ହରାଇଥିଲା । କିନ୍ତୁ ଶୁବମନ ଗିଲ୍‌ ଏବଂ ଧ୍ରୁବ ଜୁରେଲଙ୍କ ସହଭାବିତାରେ ଟିମ୍‌ ବିଜୟ ହାସଲ କରିଛି । ଶୁବମନ ଗିଲ୍‌ ୫୨ ରନ୍‌ ଏବଂ ଧ୍ରୁବ ୩୯ ରନ୍‌ କରିବା ଫଳରେ ଭାରତ ବିଜୟ ହାସଲ କରିଛି । ବୋଲରଙ୍କୁ ସୁହାଉଥିବା ପିଚରେ ସେମାନେ ଇଂଲଣ୍ଡ ବୋଲରଙ୍କ ମୁକାବିଲା କରି ଦଳକୁ ଜିତାଇ ଦେଇଥିଲେ ।

ରାଞ୍ଚିରେ ଖେଳାଯାଉଥିବା ୪ର୍ଥ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରି ୩୫୩ ରନ୍‌ କରିଥିଲା ଇଂଲଣ୍ଡ । ଏହାକୁ ପିଛା କରି ଭାରତ ୩୦୭ ରନରେ ସମସ୍ତ ଓ୍ଵିକେଟ ହରାଇଥିଲା । ସେହିପରି ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲରଙ୍କ କମାଲ ବୋଲିଂ ଯୋଗୁଁ ମାତ୍ର ୧୪୫ ରନରେ ଅଲଆଉଟ ହୋଇଥିଲା ଇଂଲଣ୍ଡ ।  ଏହାପରେ ଇଂଲଣ୍ଡ ଦେଇଥିବା ୧୯୨ ରନର ଟାର୍ଗେଟକୁ ପିଛା କରି ଭାରତ ୫ ଓ୍ଵିକେଟ ହରାଇ ବିଜୟ ହାସଲ କରିଛି । ୧୯୨ ରନର ଟାର୍ଗେଟକୁ ପିଛା କରି ଭାରତ ତୃତୀୟ ଦିନରେ ବିନା ୱିକେଟରେ ୪୦ ରନ୍ ସଂଗ୍ରହ କରିଥିଲା । ଚତୁର୍ଥ ଦିନରେ ଭାରତ ୧୨୦ ରନରେ ୫ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ହରାଇଥିଲେ ହେଁ ଶୁବମନ ଗିଲ୍‌ ୫୨ ରନ୍‌ ଏବଂ ଧ୍ରୁବ ୩୯ ରନ୍‌ କରିବା ଫଳରେ ଦଳକୁ ଜିତାଇଥିଲେ ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago