ରାଞ୍ଚିରେ ଭାରତର ରୋମାଞ୍ଚକର ବିଜୟ, ୪ର୍ଥ ଟେଷ୍ଟ ମ୍ୟାଚ ଜିତି ସିରିଜ କବଜା କଲା ଭାରତ
ରାଞ୍ଚିରେ ଖେଳାଯାଉଥିବା ୪ର୍ଥ ଟେଷ୍ଟ ଜିତିବା ପରେ ଭାରତ ସିରିଜ କବଜା କରିଛି । ରାଞ୍ଚି ଟେଷ୍ଟରେ ଇଂଲଣ୍ଡ ଭାରତକୁ ବିଜୟ ପାଇଁ ୧୯୨ ରନର ଟାର୍ଗେଟ ଦେଇଥିଲା । ଯାହାକୁ ଭାରତ ୫ ଓ୍ଵିକେଟ ହରାଇ ହାସଲ କରିନେଇଛି ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜିତିଲା ଭାରତ । ରାଞ୍ଚିରେ ଖେଳାଯାଉଥିବା ୪ର୍ଥ ଟେଷ୍ଟ ଜିତିବା ପରେ ଭାରତ ସିରିଜ କବଜା କରିଛି । ରାଞ୍ଚି ଟେଷ୍ଟରେ ଇଂଲଣ୍ଡ ଭାରତକୁ ବିଜୟ ପାଇଁ ୧୯୨ ରନର ଟାର୍ଗେଟ ଦେଇଥିଲା । ଯାହାକୁ ଭାରତ ୫ ଓ୍ଵିକେଟ ହରାଇ ହାସଲ କରିନେଇଛି । ଆଉ ଗୋଟିଏ ମ୍ୟାଚ ବାକି ଥାଇ ଭାରତ ଟେଷ୍ଟ ସିରିଜ ଜିତି ନେଇଛି । ଭାରତ ୩-୧ରେ ସିରିଜ ଜିତିନେଇଛି ।
ଭାରତ-ଇଂଲଣ୍ଡ ମଧ୍ୟରେ ୪ର୍ଥ ଟେଷ୍ଟ ମ୍ୟାଚରେ ଭାରତକୁ ଇଂଲଣ୍ଡ ୧୯୨ ରନର ଟାର୍ଗେଟ ଦେଇଥିଲା । ଏହାର ଜବାବରରେ ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସ୍ୱାଲ ଓପନିଂ କରି ୮୪ ରନ୍ କରିଥିଲେ । ଭଲ ଆରମ୍ଭ ପରେ ୧୨୦ ରନରେ ୫ଟି ୱିକେଟ ହରାଇ ରୋହିତ ବାହିନୀ ସଂଘର୍ଷ କରିଥିଲା । ଏହାପରେ ଟିମର ଲଗାତାର ଓ୍ଵିକେଟ ଫ୍ୟାନ୍ସଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ଭାରତୀୟ ଟିମ୍ ୧୨୦ ରନରେ ୫ଟି ଓ୍ଵିକେଟ ହରାଇଥିଲା । କିନ୍ତୁ ଶୁବମନ ଗିଲ୍ ଏବଂ ଧ୍ରୁବ ଜୁରେଲଙ୍କ ସହଭାବିତାରେ ଟିମ୍ ବିଜୟ ହାସଲ କରିଛି । ଶୁବମନ ଗିଲ୍ ୫୨ ରନ୍ ଏବଂ ଧ୍ରୁବ ୩୯ ରନ୍ କରିବା ଫଳରେ ଭାରତ ବିଜୟ ହାସଲ କରିଛି । ବୋଲରଙ୍କୁ ସୁହାଉଥିବା ପିଚରେ ସେମାନେ ଇଂଲଣ୍ଡ ବୋଲରଙ୍କ ମୁକାବିଲା କରି ଦଳକୁ ଜିତାଇ ଦେଇଥିଲେ ।
An unbeaten 72*-run partnership between @ShubmanGill & @dhruvjurel21 takes #TeamIndia over the line!
India win the Ranchi Test by 5 wickets 👏👏
Scorecard ▶️ https://t.co/FUbQ3MhXfH#TeamIndia | #INDvENG | @IDFCFIRSTBank pic.twitter.com/ORJ5nF1fsF
— BCCI (@BCCI) February 26, 2024
ରାଞ୍ଚିରେ ଖେଳାଯାଉଥିବା ୪ର୍ଥ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରି ୩୫୩ ରନ୍ କରିଥିଲା ଇଂଲଣ୍ଡ । ଏହାକୁ ପିଛା କରି ଭାରତ ୩୦୭ ରନରେ ସମସ୍ତ ଓ୍ଵିକେଟ ହରାଇଥିଲା । ସେହିପରି ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲରଙ୍କ କମାଲ ବୋଲିଂ ଯୋଗୁଁ ମାତ୍ର ୧୪୫ ରନରେ ଅଲଆଉଟ ହୋଇଥିଲା ଇଂଲଣ୍ଡ । ଏହାପରେ ଇଂଲଣ୍ଡ ଦେଇଥିବା ୧୯୨ ରନର ଟାର୍ଗେଟକୁ ପିଛା କରି ଭାରତ ୫ ଓ୍ଵିକେଟ ହରାଇ ବିଜୟ ହାସଲ କରିଛି । ୧୯୨ ରନର ଟାର୍ଗେଟକୁ ପିଛା କରି ଭାରତ ତୃତୀୟ ଦିନରେ ବିନା ୱିକେଟରେ ୪୦ ରନ୍ ସଂଗ୍ରହ କରିଥିଲା । ଚତୁର୍ଥ ଦିନରେ ଭାରତ ୧୨୦ ରନରେ ୫ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ହରାଇଥିଲେ ହେଁ ଶୁବମନ ଗିଲ୍ ୫୨ ରନ୍ ଏବଂ ଧ୍ରୁବ ୩୯ ରନ୍ କରିବା ଫଳରେ ଦଳକୁ ଜିତାଇଥିଲେ ।