ନିର୍ବାଚନ ପୂର୍ବରୁ ରକ୍ତରଞ୍ଜିତ ହେଲା ପଶ୍ଚିମବଙ୍ଗ, ତୃଣମୂଳ କଂଗ୍ରେସ ନେତା ବିଜନ ଦାସଙ୍କୁ ଗୁଳି କରି ହତ୍ୟା

ପଶ୍ଚିମବଙ୍ଗର ଉତ୍ତର ୨୪ ପରଗନା ଜିଲ୍ଲାର ଅଶୋକ ନଗରରେ ଜଣେ ଟିଏମ୍‌ସି ନେତାଙ୍କୁ ହତ୍ୟା କରାଯାଇଛି । ଲୋକସଭା ନିର୍ବାଚନ ପୂର୍ବରୁ ରକ୍ତରଞ୍ଜିତ ହୋଇଛି ପଶ୍ଚିମବଙ୍ଗ ।

ପଶ୍ଚିମବଙ୍ଗର ଉତ୍ତର ୨୪ ପରଗନା ଜିଲ୍ଲାର ଅଶୋକ ନଗରରେ ଜଣେ ଟିଏମ୍‌ସି ନେତାଙ୍କୁ ହତ୍ୟା କରାଯାଇଛି । ଲୋକସଭା ନିର୍ବାଚନ ପୂର୍ବରୁ ରକ୍ତରଞ୍ଜିତ ହୋଇଛି ପଶ୍ଚିମବଙ୍ଗ । ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ ରବିବାର ରାତିରେ ୪୯ ବର୍ଷୀୟ ତୃଣମୂଳ କଂଗ୍ରେସ ନେତା ବିଜନ ଦାସଙ୍କୁ ହତ୍ୟା କରାଯାଇଛି । ଜମି ବିବାଦକୁ ନେଇ ଏକ ଗୋଷ୍ଠୀ ତାଙ୍କୁ ଗୁଳି କରିଛନ୍ତି ।

ପୋଲିସ ଅଧିକାରୀ କହିଛନ୍ତି, ବିଜନ ଦାସ ଯେତେବେଳେ ପାର୍ଟିର ଜଣେ ସହଯୋଗୀଙ୍କ ଘରେ ଥିଲେ, ସେହି ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଗୁମା ଏକ ପଞ୍ଚାୟତର ଉପ ମୁଖିଆ ଦାସଙ୍କୁ ନିକଟରୁ ଦୁଇଥର ଗୁଳି ମରାଯାଇଛି । ଗୋଟିଏ ଗୁଳି ତାଙ୍କ ମୁଣ୍ଡରେ ବାଜିଥିଲା ଏବଂ ଅନ୍ୟଟି ତାଙ୍କ ବାମ କାନ ଭେଦ କରି ବାହାରି ଯାଇଥିଲା ।

ବିଜନଙ୍କୁ ବାରାସାତ ମେଡିକାଲ କଲେଜ ଏବଂ ହସ୍ପିଟାଲ ନିଆଯାଇଥିଲା, ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । ଘଟଣାକୁ ନେଇ ବାରାସାତର ସାଂସଦ କାକୋଲି ଘୋଷ ଦସ୍ତିଦାର କହିଛନ୍ତି, ବିଜନଙ୍କ ମୃତ୍ୟୁ ଦଳ ପାଇଁ ଏକ ଅପୂରଣୀୟ କ୍ଷତି । ସେ ଛାତ୍ର ରାଜନୀତିରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ସେବେଠାରୁ ସେ ଦଳ ସହିତ ଥିଲେ । ପୋଲିସ ଏହି ମାମଲାର ତଦନ୍ତ କରୁଛି ।

କୁହାଯାଉଛି ଯେ କିଛି ଦିନ ତଳେ ବିଜନଙ୍କର ଜମି ବ୍ୟବସାୟୀ ଗୌତମ ଦାସଙ୍କ ସହ ଝଗଡ଼ା ହୋଇଥିଲା । ଏପରି କି, ବିଗତ ଦିନରେ ପଶ୍ଚିମବଙ୍ଗରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଝଗଡ଼ା ମଧ୍ୟ ଏ ପର୍ଯ୍ୟନ୍ତ ଚାଲିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.