ସିଂହ ଓ ସିଂହୀର ନାମ ଆକବର-ସୀତା ରଖିବା ପିସିସିଏଫଙ୍କୁ ପଡିଲା ମହଙ୍ଗା, ଚାକିରିରୁ ହେଲେ ନିଲମ୍ବିତ

ସିଂହୀକୁ ସୀତା ଓ ସିଂହକୁ ଆକବର ନାମ ଦେଇ ସସପେଣ୍ଡ ହେଲେ ତ୍ରିପୁରାର ପିସିସିଏଫ। ସରକାର ପ୍ରବୀଣ ଲାଲ ଅଗ୍ରୱାଲଙ୍କୁ ଚାକିରିରୁ ନିଲମ୍ବିନ କରିଛନ୍ତି । ଏ ନେଇ ବିଶ୍ବ ହିନ୍ଦୁପରିଷଦ କଲିକତା ହାଇକୋର୍ଟରେ ମାମଲା ରୁଜୁ କରିଥିଲା ।

ସିଂହୀକୁ ସୀତା ଓ ସିଂହକୁ ଆକବର ନାମ ଦେଇ ସସପେଣ୍ଡ ହେଲେ ତ୍ରିପୁରାର ପିସିସିଏଫ। ସରକାର ପ୍ରବୀଣ ଲାଲ ଅଗ୍ରୱାଲଙ୍କୁ ଚାକିରିରୁ ନିଲମ୍ବିନ କରିଛନ୍ତି । ଏ ନେଇ କଲିକତା ହାଇକୋର୍ଟରେ ମାମଲା ରୁଜୁ ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ସିଂହୀ ଓ ସିଂହର ଏଭଳି ନାମକରଣ ଧାର୍ମିକ ଭାବନାକୁ ଆଘାତ ଲାଗିଥିବା ଅଭିଯୋଗରେ ବିଶ୍ବ ହିନ୍ଦୁପରିଷଦ କଲିକତା ହାଇକୋର୍ଟରେ ମାମଲା ରୁଜୁ କରିଥିଲା ।

ପଶ୍ଚିମବଙ୍ଗ ସିଲିଗୁଡ଼ିର ସଫାରି ପାର୍କରେ ସୀତା ନାମକ ସିଂହୀ ଖୁଆଡ଼ରେ ଆକବର ନାମରେ ଏକ ସିଂହ ରହିଛି । ଫେବ୍ରୁଆରୀ ୧୨ ତାରିଖରେ ସିଂହ ଓ ସିଂହୀଙ୍କୁ ତ୍ରିପୁରାରେ ଥିବା ଗୋଟାଏ ଚିଡ଼ିଆଖାନାରୁ ଅଣାଯାଇଥିଲା । ଏହି ସମୟରେ ପ୍ରବୀଣ ଲାଲ ଅଗ୍ରୱାଲ ତ୍ରିପୁରାର ଚିଫ ୱାଇଲ୍ଡ ଲାଇଫ ୱାର୍ଡେନ ଥିଲେ । ସିଂହ ଓ ସିଂହୀକୁ କୋଲକତାକୁ ପଠାଇବା ବେଳେ ସେମାନଙ୍କ ନାଁ ଆକବର ଓ ସୀତା ବୋଲି ଚିଡିଆଖାନାର ଡେସପାଚ ରେଜିଷ୍ଟ୍ରାରରେ ଲେଖିଥିଲେ ।

ନାମରେ ପରିବର୍ତ୍ତନ ଆଣିବାକୁ ଅନୁରୋଧ କରି ଭିଏଚପି ହାଇକୋର୍ଟଙ୍କ ବେଞ୍ଚରେ ଏକ ଆବେଦନ କରିଥିଲେ । ଏହା ହିନ୍ଦୁ ଧର୍ମର ଭାବନାକୁ ଆଘାତ ଦେଇଥାଏ ବୋଲି ଆବେଦନରେ କୁହାଯାଇଥିଲା । ଜଷ୍ଟିସ୍ ଭଟ୍ଟାଚାର୍ଯ୍ୟ ଉଭୟ ପଶୁଙ୍କ ପାଇଁ ମନୋନୀତ ନାମକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।  କଲିକତା ହାଇକୋର୍ଟରେ ମାମଲା ରୁଜୁ ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ସହିତ ନାମରେ ପରିବର୍ତ୍ତନ ଆଣିବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.