ନିଜ ଜନ୍ମଦିନରେ ହନି ସିଂ ଗିଫ୍ଟରେ ଦେଇଥିବା ୩ କୋଟିର ସୁନା କେକ୍ କାଟିଲେ ଉର୍ବଶୀ ରୌତେଲା, ଭାଇରାଲ ହେଉଛି ଫଟୋ

ଜନ୍ମଦିନରେ ଉର୍ବଶୀଙ୍କର ଏକ ଫଟୋ ବର୍ତ୍ତମାନ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ୟୋ ୟୋ ହନି ସିଂଙ୍କ ସହିତ ଏକ ଗୋଲଡେନ କେକ୍ କାଟିଥିବାର ନଜର ଆସିଛନ୍ତି । ଖବର ଅନୁଯାୟୀ, ଉର୍ବଶୀଙ୍କ ପାଇଁ ଏହି କେକ୍ ୨୪ କ୍ୟାରେଟ୍ ସୁନାରୁ ନିର୍ମିତ ହୋଇଥିଲା ଯାହାର ମୂଲ୍ୟ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ।

ବଲିଉଡର ବ୍ୟୁଟି କ୍ୱିନ୍ ଉର୍ବଶୀ ରୌତେଲା ରବିବାର ଅର୍ଥାତ ୨୫ ଫେବୃଆରୀରେ ନିଜର ୩୦ ତମ ଜନ୍ମଦିନ ପାଳନ କରିଛନ୍ତି । ତେବେ ଏହି ଜନ୍ମଦିନରେ ଉର୍ବଶୀଙ୍କର ଏକ ଫଟୋ ବର୍ତ୍ତମାନ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ୟୋ ୟୋ ହନି ସିଂଙ୍କ ସହିତ ଏକ ଗୋଲଡେନ କେକ୍ କାଟିଥିବାର ନଜର ଆସିଛନ୍ତି । ଖବର ଅନୁଯାୟୀ, ଉର୍ବଶୀଙ୍କ ପାଇଁ ଏହି କେକ୍ ୨୪ କ୍ୟାରେଟ୍ ସୁନାରୁ ନିର୍ମିତ ହୋଇଥିଲା ଯାହାର ମୂଲ୍ୟ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ।

ବର୍ତ୍ତମାନ ଇଣ୍ଟରନେଟରେ ଉର୍ବଶୀ ରୌତେଲାଙ୍କ ଅପେକ୍ଷା ତାଙ୍କ ସୁନାର କେକ୍ ଅଧିକ ଚର୍ଚ୍ଚାରେ ରହିଛି । ସୂଚନା ଅନୁଯାୟୀ ୟୋ ୟୋ ହନି ସିଂ ଏହି ୨୪ କ୍ୟାରେଟ୍ ସୁନା କେକ ଉର୍ବଶୀଙ୍କୁ ତାଙ୍କ ଜନ୍ମଦିରେ ଉପହାର ଦେଇଥିଲେ । ଅନେକ ଲୋକ କହୁଛନ୍ତି ଯେ କେକ୍ ଉପରେ କେବଳ ଏକ ସୁନା ପ୍ଲେଟ ଲଗାଯାଇଛି, କିନ୍ତୁ ହନି ସିଂ ନିଜେ ଦାବି କରିଛନ୍ତି ଯେ ସେ ଉର୍ବଶୀଙ୍କ ଜନ୍ମଦିନ ପାଇଁ ୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଫ୍ରି ପ୍ରେସ ଜର୍ଣ୍ଣାଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ହନି ସିଂ ଦାବି କରିଛନ୍ତି, ‘ସେ ଉର୍ବଶୀଙ୍କୁ ୩ କୋଟି ଟଙ୍କା ମୂଲ୍ୟର କେକ୍ ଉପହାର ଦେଇ ତାଙ୍କ ଜନ୍ମଦିନକୁ ସ୍ମରଣୀୟ କରିବାକୁ ନିଷ୍ପତ୍ତି ନେଇଥିଲେ ।

ସେ ଚାହୁଁଥିଲେ ଏହି ସୁନା କେକ୍ କାଟିବାର ମୁହୂର୍ତ୍ତ ଇତିହାସର ପୃଷ୍ଠାରେ ରେକର୍ଡ କରାଯାଉ । କୌଣସି ବ୍ୟକ୍ତି ତାଙ୍କ କୋ-ଷ୍ଟାରଙ୍କୁ ଦେଇଥିବା ସ୍ପେଶାଲ ଗିଫ୍ଟ ମଧ୍ୟରେ ଏହା ସବୁଠାରୁ ସ୍ୱତନ୍ତ୍ର । ହନି ସିଂ ଏହା ମଧ୍ୟ କହିଛନ୍ତି ଯେ ଉର୍ବଶୀ ନିଜ କାର୍ଯ୍ୟ ଖୁବ ଭଲରେ କରନ୍ତି ଏବଂ ଏଭଳି ଭଲ ପାଇବା ପାଇଁ ଯୋଗ୍ୟ । କେକ୍ ର ମୂଲ୍ୟ ଏତେ ଭାଇରାଲ ହେବା ପରେ ନେଟ୍‌ଜେନ୍ସମାନେ କମେଣ୍ଟ ସେକ୍ସନରେ ପଚାରିଥିଲେ, ‘ଏହାକୁ ଖାଇବା ଉଚିତ କି ରଖିବା ଉଚିତ୍?’ ଅନ୍ୟ ଜଣେ ୟୁଜର ପଚାରିଛନ୍ତି , ଏଭଳି କେକ୍ କେଉଁଠୁ ମିଳେ?

ସେହି ସମୟରେ ଅନ୍ୟ ଜଣେ ୟୁଜର ଲେଖିଛନ୍ତି , ‘୩ କୋଟି ଟଙ୍କା ମୂଲ୍ୟର କେକ୍ ପଇସା ବର୍ବାଦ!’ ଜନ୍ମଦିନର କେକ୍ ଉପରେ ଏତେ ଟଙ୍କା ଖର୍ଚ୍ଚ କରିବାକୁ ନେଇ ଅନେକ ଲୋକ ଅନେକ କଥା କହୁଛନ୍ତି । ସୂଚନାଯୋଗ୍ୟ ହନି ସିଂ ଏବଂ ଉର୍ବଶୀ ପୁଣିଥରେ ସେମାନଙ୍କର ହିଟ୍ ମ୍ୟୁଜିକ୍ ଭିଡିଓ ‘ଲଭଡୋଜ୍’ର ସିକ୍ୱେଲ୍ ପାଇଁ ଏକାଠି ହୋଇଛନ୍ତି । ବର୍ତ୍ତମାନ ଉର୍ବଶୀ ଏବଂ ତାଙ୍କ ଗୋଲଡେନ କେକର ଫଟୋ ମଧ୍ୟ ସୋସିଆଲ ଖୁବ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.