Below header

ସ୍କୁଟି ଚୋରି କରି ଖସି ପଳାଉଥିବା ସମୟରେ ଧରିଲେ ପବ୍ଲିକ୍, ନିର୍ଦ୍ଧୁମ ଛେଚିଲେ

ଏଜି ଛକରୁ ମାଷ୍ଟର କ୍ୟାଣ୍ଟିନ୍ । ବାଇକ ଚୋର ପଛେ ପଛେ ପବ୍ଲିକ । ରବିବାର ରାତି ପ୍ରାୟ ଦଶଟା ବେଳର ଏଇ ଘଟଣା ।

ଭୁବନେଶ୍ୱର(କେନ୍ୟୁଜ): ଏଜି ଛକରୁ ମାଷ୍ଟର କ୍ୟାଣ୍ଟିନ୍ । ବାଇକ ଚୋର ପଛେ ପଛେ ପବ୍ଲିକ । ରବିବାର ରାତି ପ୍ରାୟ ଦଶଟା ବେଳର ଏଇ ଘଟଣା । ତେବେ ପିଛା କରି କରି ସିଧା ମାଷ୍ଟର କ୍ୟାଣ୍ଟିନ୍ ରେଳ ଷ୍ଟେସନ ସମ୍ମୁଖରେ ଅତର୍କିତ ଭାବେ ଆଠ ରୁ ଦଶ ଯୁବକ ବାଇକ ଯୋଗେ ସେଠାରେ ଆସି ପହଁଚିଗଲେ । ଆଉ OD13J 9045 ନମ୍ବର ବିଶିଷ୍ଟ ଏକ ଧଳା ରଙ୍ଗର ଆକ୍ଟିଭା ସ୍କୁଟି ଉପରେ ଵସିଥିବା ଜଣେ ଯୁବକଙ୍କୁ ଆକ୍ରମଣ କରିବା ଆରମ୍ଭ କରିଦେଲେ । ଗୋଇଠା, ଚାପୁଡା, ମୁଥ ମାରି, ରାସ୍ତାରେ ଘୋଷାଡି ଘୋଷାଡି ଦରମରା କରିପକାଇଲେ । ହେଲେ ପ୍ରବଳ ମାଡ଼ ଖାଇଥିବା ଯୁବକ କିନ୍ତୁ ଥିଲେ ଫୁଲ୍ ନିଶାରେ ।

ତେବେ ମାଡ ମାରି ଯୁବକକୁ ଘୋଷାଡି ଘୋଷାଡି ନେଇ ଯାଉଥିବା ସମୟରେ ଏଇ ଖବର ପାଇବା କ୍ଷଣି ତୁରନ୍ତ ସ୍ଥାନୀୟ ଫାଣ୍ଡି କର୍ମଚାରୀ ଘଟଣା ସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କ କବଳରୁ ଯୁବକକୁ ଉଦ୍ଧାର କରି ସ୍ଥାନୀୟ ଫାଣ୍ଡିକୁ ନେ ଯାଇଥିଲେ । ପରେ ଘଟଣାର କଣ ପଚାରି ବୁଝିବାରୁ ଜଣା ପଡିଲା ଯେ, ମାଡ ଖାଉଥିବା ଯୁବକ ଜଣକ କୁଆଡେ ଏଜି ଛକରେ ଜଣେ ବସ୍ ଚାଳକଙ୍କ ସ୍କୁଟି ଟିକୁ ଚୋରି କରି ଖସି ପଳାଉ ଥିବବେଳେ ସେଠାରେ ଅନ୍ୟ ଜଣେ ବସ୍ କର୍ମଚାରୀ ଦେଖି ଦେଇଥିଲେ। ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ଥିବା କେତେକ ବସ କର୍ମଚାରୀ ଏକତ୍ରିତ ହୋଇ ବାଇକ ଯୋଗେ ଯୁବକ ଜଣଙ୍କ ପିଛା କରିଥିଲେ । ଆଉ ସିଧା ଆସି ମାଷ୍ଟରକ୍ୟାଣ୍ଟିନ୍ ରେଳ ଷ୍ଟେସନ ସମ୍ମୁଖରେ ଯୁବକକୁ ମାଡିବସିଥିଲେ।

ଏପଟେ ପୋଲିସ ଉକ୍ତ ଯୁବକଙ୍କୁ ନିଜ ଅକ୍ତିଆର ନେଇଥିବାବେଳେ, ଯାହା ଜଣାପଡିଛି କି ଯୁବକର ଘର ବିହାରରେ । ସେ ଏଠାରେ ରାଜମହଲ ପାଖରେ କେଉଁଠି ରୁହେ । ପ୍ରବଳ ନିଶାରେ ଥିବାରୁ କେତେବେଳେ ନା ବିକି କହୁଥାଏ ତ କେତେବେଳେ ରିକି । ତେବେ ଛାନ ଭିନ୍ ପରେ ଏହା ଜଣା ପଡିବ ଯେ ପ୍ରକୃତରେ ଘଟଣା କଣ ଏବଂ ଯୁବକଟି ଏଭଳି ଆଉ କେତେ ଗାଡି ଚୋରି କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.