ଆଜି ମଧ୍ୟ ହାଜର ହେବେ ନାହିଁ ଅରବିନ୍ଦ କେଜ୍ରିଓ୍ଵାଲ; କହିଲେ, ସମନ ପଠାଇବା ପରିବର୍ତ୍ତେ କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରୁ ED
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆମ୍ମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ଆଜି ମଧ୍ୟ ଇଡିରେ ହାଜର ହେବେ ନାହିଁ । ଆପ୍ କହିଛି, ତଦନ୍ତ ଏଜେନ୍ସିର ସମନରେ କେଜ୍ରିଓ୍ଵାଲ ହାଜର ହେବେ ନାହିଁ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆମ୍ମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ଆଜି ମଧ୍ୟ ଇଡିରେ ହାଜର ହେବେ ନାହିଁ । ଆପ୍ କହିଛି, ତଦନ୍ତ ଏଜେନ୍ସିର ସମନରେ କେଜ୍ରିଓ୍ଵାଲ ହାଜର ହେବେ ନାହିଁ ଏବଂ କେନ୍ଦ୍ର ସରକାର ଆମ ଉପରେ ଚାପ ପକାଇବା ଉଚିତ୍ ନୁହେଁ ।
ଏ ସମ୍ପର୍କରେ ସୂଚନା ଦେଇ ଆମ୍ ଆଦ୍ମୀ ପାର୍ଟି କହିଛି ଯେ ଅରବିନ୍ଦ କେଜ୍ରିଓ୍ଵାଲ ଇଡିର ସମନରେ ଆଜି ହାଜର ହେବେ ନାହିଁ । କାହିଁକି ନା, ଏବେ ଏହି ମାମଲା କୋର୍ଟରେ ଚାଲିଛି, ଯାହାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୬ରେ ହେବ । ତଦନ୍ତ ଏଜେନ୍ସି ପ୍ରତିଦିନ ସମନ ପଠାଇବା ପରିବର୍ତ୍ତେ କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରୁ । କିନ୍ତୁ ଇଣ୍ଡିଆ ବ୍ଲକ୍ରୁ ଆମର ମେଣ୍ଟ ଛଡ଼ାଇବା ପାଇଁ ଏହି ପ୍ରକାରର ଚାପ ସୃଷ୍ଟି କରାଯାଉଛି । ଆମେ ଆମ ମେଣ୍ଟ ଭାଙ୍ଗିବୁ ନାହିଁ । କେନ୍ଦ୍ର ସରକାର ଆମ ଉପରେ ଏହି ପ୍ରକାରର ଚାପ ପକାଇବା ଉଚିତ୍ ନୁହେଁ ।
ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଇଡି ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଫେବୃୟାରୀ ୨୨ରେ ସପ୍ତମ ନୋଟିସ୍ ଜାରି କରିଥିଲା ଏବଂ ପଚରାଉଚରା ପାଇଁ ଫେବୃୟାରୀ ୨୬ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା । ଇଡିର ଏହି ସମନକୁ ମଧ୍ୟ କେଜ୍ରିଓ୍ଵାଲ ଅବୈଧ ବୋଲି କହିଥିଲେ । କହି ରଖୁଛୁ, ତଦନ୍ତ ଏଜେନ୍ସି ସିବିଆଇ ଏବଂ ଇଡି ଦିଲ୍ଲୀରେ ନୂଆ ଅବକାରୀ ନୀତି ୨୦୨୧-୨୨ରେ ହୋଇଥିବା ମଦ ଦୁର୍ନୀତିର ତଦନ୍ତ କରୁଛନ୍ତି ।