୫୦ ବର୍ଷ ପରେ ଫିଟ୍ ରହିବାକୁ ଚାହୁଁଛନ୍ତି କି ? ନିଜ ପ୍ରତିଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ ଏହି ଜିନିଷ

ମଲାଇକା ଆରୋରା ଠାରୁ ମାଧୁରୀଙ୍କ ପର୍ଯ୍ୟନ୍ତ ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ୫୦ ବର୍ଷ ବୟସରେ ମଧ୍ୟ ବହୁତ ଫିଟ୍ ଦେଖାଯାନ୍ତି । ଏହାର ବଡ ରହସ୍ୟ ହେଉଛି ସେମାନଙ୍କ ଖାଦ୍ୟ ଏବଂ ଲାଇଫ୍‌ ଷ୍ଟାଇଲ୍‌ ଯୋଗୁ ସେମାନେ ଏବେ ମଧ୍ୟ ଫିଟ୍‌ ରହୁଛନ୍ତି । ଯଦି ଆପଣ ମଧ୍ୟ ନିଜକୁ ୫୦ ବର୍ଷ ପର୍ଯ୍ୟନ୍ତ ଫିଟ୍‌ ରଖିବାକୁ ଚାହାଁନ୍ତି, ତେବେ ଆପଣଙ୍କର ଖାଦ୍ୟ ଏବଂ ଲାଇଫ୍‌ ଷ୍ଟାଇଲ୍‌ରେ କିଛି ବିଶେଷ ଜିନିଷ ଅନ୍ତର୍ଭୁକ୍ତ କରିବା ଜରୁରୀ ।

ଆଜିକାଲି ଲୋକମାନେ ଫିଟନେସ୍‌କୁ ନେଇ ବହୁତ ସତର୍କ ରହୁଛନ୍ତି । ତେବେ ବର୍ତ୍ତମାନ ଲୋକଙ୍କ ଫଟୋ ଓ ରୂପକୁ ଦେଖି ବୟସ କହିବା ବହୁତ କଷ୍ଟକର ହୋଇଯାଉଛି । ବିଶେଷକରି ବଲିଉଡ ଅଭିନେତ୍ରୀମାନଙ୍କ ବୟସ ବିଷୟରେ ଜାଣିବା ବହୁତ କଷ୍ଟକର । ତେବେ ମଲାଇକା ଆରୋରା ଠାରୁ ମାଧୁରୀଙ୍କ ପର୍ଯ୍ୟନ୍ତ ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ୫୦ ବର୍ଷ ବୟସରେ ମଧ୍ୟ ବହୁତ ଫିଟ୍ ଦେଖାଯାନ୍ତି । ଏହାର ବଡ ରହସ୍ୟ ହେଉଛି ସେମାନଙ୍କ ଖାଦ୍ୟ ଏବଂ ଲାଇଫ୍‌ ଷ୍ଟାଇଲ୍‌ ଯୋଗୁ ସେମାନେ ଏବେ ମଧ୍ୟ ଫିଟ୍‌ ରହୁଛନ୍ତି । ଯଦି ଆପଣ ମଧ୍ୟ ନିଜକୁ ୫୦ ବର୍ଷ ପର୍ଯ୍ୟନ୍ତ ଫିଟ୍‌ ରଖିବାକୁ ଚାହାଁନ୍ତି, ତେବେ ଆପଣଙ୍କର ଖାଦ୍ୟ ଏବଂ ଲାଇଫ୍‌ ଷ୍ଟାଇଲ୍‌ରେ କିଛି ବିଶେଷ ଜିନିଷ ଅନ୍ତର୍ଭୁକ୍ତ କରିବା ଜରୁରୀ । ଯଦି ଆପଣ ଏହି ପ୍ରକାରର ଖାଦ୍ୟ ଗ୍ରହଣ କରନ୍ତି, ତେବେ ୫୦ କିମ୍ବା ୬୦ ବର୍ଷ ହେଲା ପରେ ମଧ୍ୟ ଆପଣ ଫିଟ୍‌ ରହିବେ । ତାହେଲେ ଆସନ୍ତୁ ଜାଣିବା ଯେ ୫୦ ବର୍ଷ ପରେ ଲୋକମାନେ ସେମାନଙ୍କର ଖାଦ୍ୟରେ କ‘ଣ ଅନ୍ତର୍ଭୂକ୍ତ କରିବା ଉଚିତ୍ ? ତେବେ ଆସନ୍ତୁ ଏନେଇ କିଛି ବିଶେଷ କଥା ଜାଣିବା, ଯାହା ଦ୍ୱାରା ଆପଣ ୫୦ ବର୍ଷ ପରେ ମଧ୍ୟ ଫିଟ୍‌ ରହିବେ ।

ଯଦି ଆପଣ ନିଜକୁ ୫୦ ବର୍ଷ ବୟସରେ ଫିଟ୍ ରଖିବାକୁ ଚାହାଁନ୍ତି, ତେବେ ଆପଣଙ୍କର ଡାଏଟ୍ ଏହିପରି କରିବା ଉଚିତ୍ :
ଫଳ ଏବଂ ସବୁଜ ପନିପରିବା : ଯଦି ଆପଣ ନିଜକୁ ୫୦ ବର୍ଷ ବୟସରେ ସୁସ୍ଥ ଏବଂ ଫିଟ୍‌ ରଖିବାକୁ ଚାହୁଁଛନ୍ତି, ତେବେ ଆପଣ ନିଜ ଖାଦ୍ୟରେ ଫଳ ଏବଂ ପନିପରିବା ଅନ୍ତର୍ଭୁକ୍ତ କରିବା ଉଚିତ । ସେହିପରି ସବୁଜ ପତ୍ରଯୁକ୍ତ ପନିପରିବା ଖାଇବା ଦ୍ୱାରା ଶରୀରକୁ କମ୍ କ୍ୟାଲୋରୀ ଏବଂ ଅଧିକ ଭିଟାମିନ୍ ମିଳିଥାଏ । ପନିପରିବା ଏବଂ ଫଳରେ ଭିଟାମିନ୍ C, B6,ଫାଇବର, ଆଣ୍ଟିଅକ୍ସିଡାଣ୍ଟ ଏବଂ ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ମିଳିଥାଏ । ଯାହା ଆପଣଙ୍କୁ ହେଲଦି ରଖିବାରେ ସାହାଯ୍ୟ କରେ ।

ଅଣ୍ଡା ଖାଆନ୍ତୁ : ବୟସ ବଢିବା ସହିତ ଶରୀର ଅଧିକ ପ୍ରୋଟିନ୍ ଆବଶ୍ୟକ କରିଥାଏ । ଏପରି ପରିସ୍ଥିତିରେ ଆପଣ ପ୍ରତିଦିନ ୧ ରୁ ୨ଟି ଅଣ୍ଡା ଖାଇବା ଜରୁରୀ । ଅଣ୍ଡା ପ୍ରୋଟିନର ଏକ ଉତ୍ତମ ଉତ୍ସ ହୋଇଥାଏ । ଅଣ୍ଡା ଖାଇବା ଦ୍ୱାରା ଶରୀରରେ ଭିଟାମିନ୍ D ଏବଂ କୋଲିନ୍ ର ଅଭାବ ପୂରଣ ହୋଇଥାଏ । ଅଣ୍ଡାରେ ଆମିନୋ ଏସିଡ୍ ଥାଏ ଯାହା ଆପଣଙ୍କ ମାଂସପେଶୀକୁ ହେଲଦି ରଖିବାରେ ସାହାଯ୍ୟ କରିଥାଏ ।

ବାଦାମ ଏବଂ ଅଖରୋଟ୍‌ : ବାଦାମ ଏବଂ ଅକରୋଟକୁ ବୟସ ବଢିବା ସହିତ ଖାଦ୍ୟରେ ଅନ୍ତର୍ଭୁକ୍ତ କରାବା ଉଚିତ୍ । ବାଦାମ ଖାଇବା ଦ୍ୱାରା ଶରୀରକୁ ଭିଟାମିନ୍ E ମିଳିଥାଏ ଯାହା ଆପଣଙ୍କ ସ୍କିନ୍‌ ଓ କେଶକୁ ହେଲଦି ରଖେ । ଏଥି ସହିତ ବାଦାମ ଖାଇବା ଦ୍ୱାରା ଓମେଗା – ୩ ଫ୍ୟାଟି ଏସିଡ୍ ଯୋଗାଇଥାଏ ଯାହା ଡାଇବେଟିସ୍‌,ହାର୍ଟ ଏବଂ ହାଇ ବ୍ଲଡ ପ୍ରେସର ସମସ୍ୟାକୁ ନିୟନ୍ତ୍ରଣରେ ରଖିଥାଏ । ପ୍ରତିଦିନ ବାଦାମ ଖାଇବା ଦ୍ୱାରା ମୋଟାପଣ ମଧ୍ୟ କମିଯାଏ ।

ପ୍ରତିଦିନ ଦହି ଖାଆନ୍ତୁ : ୫୦ ବର୍ଷ ବୟସରେ ହାଡ ଦୁର୍ବଳ ହେବାକୁ ଲାଗେ । ଏଭଳି ପରିସ୍ଥିତିରେ କ୍ୟାଲସିୟମ ଭରପୂର ଖାଦ୍ୟ ଗ୍ରହଣ କରିବା ଜରୁରୀ ହୋଇଥାଏ । ସେଥିପାଇଁ ପ୍ରତିଦିନ ଆପଣ ନିଜ ଖାଦ୍ୟରେ ୧ କପ୍‌ ଦହି ଖାଇବା ଉଚିତ । ଏହା ପେଟ ପାଇଁ ବହୁତ ଭଲ ହୋଇଥାଏ । ଏହା ସହ ହଜମ ଶକ୍ତିକୁ ମଧ୍ୟ ମଜବୁତ କରେ ଏବଂ କ୍ୟାଲସିୟମ ଅଭାବକୁ ମଧ୍ୟ ଦୂର କରିବା ପାଇଁ ଦହି ଖାଇବା ଆବଶ୍ୟକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.