Below header

NTPC ରେ ଡେପୁଟି ମ୍ୟାନେଜର ପଦବୀ ଖାଲି, ମିଳିବ ୨ ଲକ୍ଷ ପର୍ଯ୍ୟନ୍ତ ଦରମା

ଏନଟିପିସି ଲିମିଟେଡରେ ଇ୪ ଗ୍ରେଡରେ ପ୍ରୋଜେକ୍ଟ ନିର୍ମାଣ ପାଇଁ ଡେପୁଟି ମ୍ୟାନେଜର ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଯେଉଁ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଅଫିସିଆଲ ୱେବସାଇଟ careers.ntpc.co.in କୁ ଯାଇ ଅନଲାଇନ ଆବେଦନ କରିପାରିବେ ।

ସରକାରୀ କମ୍ପାନୀରେ ଚାକିରି କରିବାକୁ ଚାହୁଥିଲେ, ଆପଣଙ୍କ ପାଇଁ ଖୁସି ଖବର । ଏନଟିପିସି ଲିମିଟେଡରେ ଇ୪ ଗ୍ରେଡରେ ପ୍ରୋଜେକ୍ଟ ନିର୍ମାଣ ପାଇଁ ଡେପୁଟି ମ୍ୟାନେଜର ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଯେଉଁ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଅଫିସିଆଲ ୱେବସାଇଟ careers.ntpc.co.in କୁ ଯାଇ ଅନଲାଇନ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ୨୩ ଫେବୃଆରୀରୁ ଆରମ୍ଭ ହେଇଛି ।

ପଦବୀ ବିବରଣୀ : ୧୧୦

ଡେପୁଟି ମ୍ୟାନେଜର ( ଇଲେକ୍ଟ୍ରିକାଲ ଇରେକ୍ସନ) : ୨୦
ଡେପୁଟି ମ୍ୟାନେଜର (ମେକାନିକାଲ ଇରେକ୍ସନ) : ୫୦
ଡେପୁଟି ମ୍ୟାନେଜର (ସି ଆଇ ଆଇ ଇରେକ୍ସନ): ୧୦
ଡେପୁଟି ମ୍ୟାନେଜର(ସିଭିଲି କନଷ୍ଟ୍ରକ୍ସନ): ୩୦

ଜରୁରୀ ତାରିଖ : ଆବେଦନ ପ୍ରକ୍ରିୟା ୨୩ ଫେବୃଆରୀରୁ ଆରମ୍ଭ ହୋଇଥିବା ବେଳେ ଶେଷ ୮ ମାର୍ଚ୍ଚରେ ହେବ ।

ବୟସ ସୀମା : ଏହି ପଦବୀରେ ଆବେଦନ କରିବାର ସର୍ବାଧିକ ବୟସ ସୀମା ୪୦ ବର୍ଷ ହେବା ଜରୁରୀ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ୨ ଲକ୍ଷ ପର୍ଯ୍ୟନ୍ତ ଦରମା ମିଳିବ ।

ଆବେଦନ ଶୁଳ୍କ : ସାଧାରଣ ବର୍ଗ/EWS/OBC ପ୍ରାର୍ଥୀ ୩୦୦ ଟଙ୍କା ଶୁଳ୍କ ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି/PWD/ ମହିଳା ପ୍ରାର୍ଥୀ ନିଶୁଳ୍କ ଆବେଦନ କରିବେ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.