ଅନନ୍ତ-ରାଧିକାଙ୍କ ପ୍ରି- ୱେଡିଂ: ଅତିଥିମାନେ ପିନ୍ଧିବେ ସ୍ୱତନ୍ତ୍ର ପୋଷାକ, ଜଙ୍ଗଲ୍‌ ଥିମ୍‌ରେ ହେବ ଉତ୍ସବ

ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ସାନ ପୁଅ ଅନନ୍ତଙ୍କ ବିବାହ ବର୍ତ୍ତମାନ ଟକ୍‌ ଅଫ୍‌ ଦି ଟାଉନ୍‌ ହୋଇଛି । ମାର୍ଚ୍ଚ ୧ରୁ ୩ ପର୍ଯ୍ୟନ୍ତ କପଲଙ୍କ ପ୍ରି-ୱେଡିଂ କାର୍ଯ୍ୟକ୍ରମ ଚାଲିବ । ଗୁଜରାଟର ଜାମନଗରରେ ଅନନ୍ତ ଓ ରାଧିକାଙ୍କ ବିବାହ ଉତ୍ସବ ହେବ ।

ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ସାନ ପୁଅ ଅନନ୍ତଙ୍କ ବିବାହ ବର୍ତ୍ତମାନ ଟକ୍‌ ଅଫ୍‌ ଦି ଟାଉନ୍‌ ହୋଇଛି । ମାର୍ଚ୍ଚ ୧ରୁ ୩ ପର୍ଯ୍ୟନ୍ତ କପଲଙ୍କ ପ୍ରି-ୱେଡିଂ କାର୍ଯ୍ୟକ୍ରମ ଚାଲିବ । ଗୁଜରାଟର ଜାମନଗରରେ ଅନନ୍ତ ଓ ରାଧିକାଙ୍କ ବିବାହ ଉତ୍ସବ ହେବ । ଏହି ଇଭେଣ୍ଟରେ ଇଣ୍ଟରନ୍ୟାସନାଲ ଷ୍ଟାରମାନେ ଯୋଗଦେବେ ।

ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ ସେଲିବ୍ରେସନର କାର୍ଡ ରିଭିଲ୍‌ ହୋଇଯାଇଛି । ଏହି ତିନି ଦିବସୀୟ ଇଭେଣ୍ଟରେ ହେବାକୁ ଥିବା କାର୍ଯ୍ୟକ୍ରମର ସମସ୍ତ ଡିଟେଲ୍‌ ସେୟାର କରାଯାଇଛି । ମାର୍ଚ୍ଚ ୧ର ଇଭେଣ୍ଟ ହେଉଛି, ‘ଆନ୍‌ ଇଭିନିଂ ଇନ୍‌ ଏଭରଲ୍ୟାଣ୍ଡ’ । ଏହି ଫଙ୍କସନର ଡ୍ରେସ୍‌ କୋଡ୍‌ ରହିଛି ଇଲିଗାଣ୍ଟ କକ୍‌ଟେଲ ।

ମାର୍ଚ୍ଚ ୨ର ଥିମ୍‌ ହେଉଛି, ‘ଏ ଓ୍ଵାକ୍‌ ଅନ୍‌ ଦି ଓ୍ଵାଇଲ୍ଡ ସାଇଡ୍‌’ । ଏହି ଦିନ ଫଙ୍କସନ ସକାଳ ସାଢ଼େ ୧୧ଟାରୁ ଦ୍ୱିପ୍ରହର ୩ଟା ପର୍ଯ୍ୟନ୍ତ ଚାଲିବ । ଡ୍ରେସ୍‌ କୋଡ୍‌ ରହିବ ଜଙ୍ଗଲ ଫିଭର । ଅତିଥିମାନଙ୍କୁ କମ୍ଫର୍ଟେବଲ ଫୁଟୱେୟାର ପିନ୍ଧିବାକୁ କୁହାଯାଇଛି ।

ମାର୍ଚ୍ଚ ୩ରେ ମେଳା ରଖାଯାଇଛି । ଗୀତ ଏବଂ ନୃତ୍ୟରେ ଅତିଥିମାନେ ଏଣ୍ଟରଟେନ ହେବେ । ଫଙ୍କସନ ରାତି ୭ଟା ୩୦ରୁ ଆରମ୍ଭ ହେବ । ଏହି ସୁନ୍ଦର କାର୍ନିଭାଲ ପାଇଁ ଅତିଥିମାନଙ୍କ ଡ୍ରେସ୍‌ କୋଡ୍‌ ଡ୍ୟାଜଲିଙ୍ଗ୍‌ ଦେସୀ ରୋମାନ୍ସ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.