ପୂର୍ବ ପିଢ଼ିରୁ ଆରମ୍ଭ କୌଳିକ ବୃତ୍ତିକୁ ଆପଣାଇ ସଫଳତା ପାଇଛନ୍ତି ବିଜୟ

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସୋଳଘର ପଞ୍ଚାୟତର ବିଜୟ ମହାନ୍ତି । ଯିଏ ଚାଷୀ ପରିବାରରୁ ଆସିଛନ୍ତି । ପୂର୍ବପୁରୁଷ ରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ପରିବା ଚାଷ କରି ପେଟ ପୋଷିଥାଏ ଏହି ପରିବାର ।

ସୋଳଘର (କେନ୍ୟୁଜ): ବୈଦିକ କାଳରୁ ପୂର୍ବ ପୁରୁଷ ରାଜା ମହାରାଜଙ୍କ ପିଢ଼ିରୁ ଆମ ହିନ୍ଦୁ ସନାତନ ଧର୍ମରେ ୪ବର୍ଣ୍ଣ ବା ଜାତିକୁ ବିଭକ୍ତ କରାଯାଇଛି । ଯଥା ବ୍ରାହ୍ମଣ,କ୍ଷେତ୍ରୀୟ, ବୈଷ୍ୟ,ଶୁଦ୍ର । ଯିଏ ଯେଉଁ ଜାତିର ମଣିଷ ତାର କୌଳିକ ବୃତ୍ତି ଅନୁସାରେ ସେ ସେହି କାମ କରିଥାଏ ।

ଯେପରି ବ୍ରାହ୍ମଣ ପୂଜାପାଠ,ଶିକ୍ଷା ଦେଇଥାନ୍ତି,କ୍ଷେତ୍ରୀୟ ଯୁଦ୍ଧରେ ନିୟୋଜିତ,ବୈଷ୍ୟ ବ୍ୟବସାୟୀ ଏବଂ ଶୁଦ୍ର ସମାଜର ମଙ୍ଗଳ ନିମନ୍ତେ କର୍ମ କରିଥାନ୍ତି । ତେବେ ଆଜିର ଆଧୁନିକ ସମାଜରେ ମଧ୍ୟ ତାହା କିଛିଟା ମାତ୍ରାରେ ପରିଲକ୍ଷିତ ହେଉଛି । ପିଢ଼ି ପିଢି ରୁ ଆରମ୍ଭ କରି ଏକ ପରିବାର ଲୋକେ ସେହି କୌଳିକ ବୃତ୍ତିକୁ ଆପଣାଇ ପରିବାରର ଭରଣପୋଷଣ କରୁଛନ୍ତି ।

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସୋଳଘର ପଞ୍ଚାୟତର ବିଜୟ ମହାନ୍ତି । ଯିଏ ଚାଷୀ ପରିବାରରୁ ଆସିଛନ୍ତି । ପୂର୍ବପୁରୁଷ ରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ପରିବା ଚାଷ କରି ପେଟ ପୋଷିଥାଏ ଏହି ପରିବାର । ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାରର ପରିବା ଚାଷ କରିଥାନ୍ତି । କିନ୍ତୁ କଞ୍ଚାଲଙ୍କା ଚାଷ ତାଙ୍କୁ ଦେଇଛି ଜୀବନ ବଞ୍ଜିବାର ରାହା । କଞ୍ଚାଲଙ୍କା ଚାଷ କରି ଏମାନେ ଅଧିକ ରୁ ଅଧିକ ଲାଭ ପାଇଛନ୍ତି । ଏଥିରେ ନିଜ ପରିବାରକୁ ଚଳାଇଥାନ୍ତି ।

କଞ୍ଚାଲଙ୍କା ଚାଷକୁ ଉନ୍ନତ ଧରଣର ପଦ୍ଦତିରେ ଅତି କମ୍ ମୂଲ୍ୟରେ ଆରମ୍ଭ କରି ଆଜି ଲାଭଦାୟକ ହୋଇଛନ୍ତି ଏହି ଚାଷୀ ପରିବାର । ଚାଷ ଜମିରେ ମରିଚ ବୀଜ ଠାରୁ ଆରମ୍ଭ କରି ଗଛର ପରିପୂର୍ଣ୍ଣ ଅବସ୍ଥା ଆସିବା ଯାଏଁ ତାକୁ ଠିକ୍ ସମୟରେ ପାଣି ଦେଇ ତାର ଯତ୍ନ ନିଆଯାଇଥାଏ । ଅତି କମ୍ ଦରରେ ସ୍ଥାନୀୟ ଅଞ୍ଚଳ ଠାରୁ ଆରମ୍ଭ କରି ଦୂରଦୁରାନ୍ତ ଅଞ୍ଚଳ ପର୍ଯ୍ୟନ୍ତ କଞ୍ଚାଲଙ୍କା ବସ୍ତା ବିକ୍ରି କରି ବେଶ ଭଲ ଦିପଇସା ରୋଜଗାର କରିବା ସହ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.