କ୍ରୀଡା

ମାତ୍ର ୫ ୱିକେଟରେ ଭାରତର ଦମଦାର ବିଜୟ, ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଗ୍ରାଉଣ୍ଡରେ ପାକିସ୍ତାନକୁ ଧୂଳି ଚଟାଇଲା

ମାତ୍ର ୫ ୱିକେଟରେ ପାକିସ୍ତାନକୁ ହରାଇଲା ଭାରତ। କୋହଲି ଏବଂ ପାଣ୍ଡ୍ୟାଙ୍କ ଦମଦାର ପ୍ରଦଶର୍ନ ରେ ଜିତିଲା ଟିମ୍ ଇଣ୍ଡିଆ। ବିଜୟର ସ୍ବାଦ ଚାଖିଲା ଭାରତ। ପାକିସ୍ତାନକୁ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଗ୍ରାଉଣ୍ଡରେ ଧୂଳି ଚଟାଇଛି ଭାରତ ।

ପାକିସ୍ତାନ ଦ୍ଵାରା ନିର୍ଦ୍ଧାରିତ ୧୪୮ ରନର ବିଜୟ ଲକ୍ଷ୍ୟକୁ ଭାରତ ୧୯.୪ ଓଭରରେ ୫ ଓ୍ଵିକେଟ୍‌ ହରାଇ ବହୁ କଷ୍ଟରେ ହାସଲ କରିଛି। ରବୀନ୍ଦ୍ର ଜାଡେଜା ୩୫ ରନ କରି ଆଉଟ ହୋଇଥିବା ବେଳେ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୩୩ ରନର ଅପରାଜିତ ଲଢୁଆ ବ୍ୟାଟିଂ ବଳରେ ଭାରତ ବିଜୟ ହାସଲ କରିଛି। ବିରାଟ କୋହଲି ୩୫ ରନ କରିଛନ୍ତି। ୧୪୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ପ୍ରଥମ ଓଭରରୁ ଝଟକା ଲାଗିଥିଲା। ଟିମ୍ ଇଣ୍ଡିଆ ମଧ୍ୟ ପ୍ରଥମରୁ ୱିକେଟ ହରାଇଥିଲା। ଫଳରେ ଫ୍ୟାନ୍ସ ଚିନ୍ତିତ ହୋଇପଡ଼ିଥିଲେ। କେ ଏଲ୍ ରାହୁଲ ମାତ୍ର ୧ଟି ବଲ୍ ଖେଳି ଆଉଟ୍ ହୋଇଥିଲେ। ଆହତ ସମସ୍ୟାରୁ ମୁକୁଳିଥିବା ଲୋକେଶ ରାହୁଲ ପ୍ରଥମ ବଲ୍‌ରେ ଆଉଟ୍ ହୋଇଥିଲେ। ଏହା ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଦ୍ଵିତୀୟ ଓ୍ଵିକେଟ୍‌ ସୁଦ୍ଧା ୪୯ ରନ କରିଥିଲେ। ଦଳୀୟ ସ୍କୋର ୫୦ ରନରେ ରୋହିତ ଶର୍ମା ୧୨ରନ୍‌ କରି ଆଉଟ୍ ହେବା ଭାରତକୁ ବଡ ଝଟକା ଦେଇଥିଲା। ଦୀର୍ଘ ସମୟ ଧରି ଫର୍ମରେ ନଥିବା ବିରାଟ କୋହଲି ଭଲ ବ୍ୟାଟିଂ କରିଥିଲେ। ତେବେ କୋହଲି ବଡ ସର୍ଟ ଖେଳିବାକୁ ଯାଇ ଆଉଟ୍ ହୋଇଥିଲେ। ସେ ୩୪ ବଲ୍‌ରୁ ୩ ଚୌକା ଏବଂ ୧ ଛକା ସହ ୩୫ ରନ କରିଥିଲେ। ଭାରତ ୧୯.୪ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।

ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା ପାକିସ୍ତାନ । କ୍ୟାପଟେନ୍‌ ବାବର ଆଜମ୍‌ ମାତ୍ର ୧୦ ରନ୍‌ କରି ଆଉଟ୍‌ ହୋଇଥିଲେ । ଏହାପରେ ପାଳି ସମ୍ଭାଳିଥିଲେ ମହମ୍ମଦ ରିଜଓ୍ଵାନା ଓ ଇଫ୍‌ତକାର । ମହମ୍ମଦ ରିଜୱାନ୍‌ ସର୍ବାଧିକ ୪୩ ଓ ଇଫତିଖାର ଅହମ୍ମଦ ୨୮ ରନ୍‌ କରିଥିଲେ । ପାକିସ୍ତାନ ଖେଳାଳିଙ୍କ ଉପରେ ଭାରି ପଡିଥିଲେ ଭାରତୀୟ ଫାଷ୍ଟ ବୋଲର । ପାକିସ୍ତାନର ମଧ୍ୟକ୍ରମକୁ ଝଟ୍‌କା ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ୩ଟି ୱିକେଟ୍‌ ନେଇଥିଲେ । ଭୁବନେଶ୍ୱର କୁମାର ସର୍ବାଧିକ ୪ଟି, ଅର୍ଷଦୀପ ୨ ଏବଂ ଅବେଶ ଖାନ ଗୋଟିଏ ୱିକେଟ୍‌ ନେଇଥିଲେ ।

 

Swagatika

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

13 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

26 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

26 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

10 hours ago