ରାଜ୍ୟ

ଖୁବ ଶୀଘ୍ର ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ କଲେଜ ଗୁଡ଼ିକରେ ପିଏଚଡି ଓ ଗବେଷଣାକୁ ପ୍ରାଧାନ୍ୟ ଦିଆଯିବ: ଧର୍ମେନ୍ଦ୍ର ପ୍ରଧାନ

କେନ୍ୟୁଜ୍(ବ୍ୟୁରୋ):  ଖୁବ ଶୀଘ୍ର ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କଲେଜ ଗୁଡ଼ିକରେ ପିଏଚଡି ଆରମ୍ଭ କରାଯିବା ସହ ଗବେଷଣାକୁ ପ୍ରାଧାନ୍ୟ ଦିଆଯିବ ବୋଲି ରବିବାର ନୂଆଦିଲ୍ଲୀ ଠାରେ ଶ୍ରୀ ଭେଙ୍କଟେଶ୍ୱର କଲେଜର ଡାଇମଣ୍ଡ ଜୁବଲି ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୟୁଜିସି ଅଧ୍ୟକ୍ଷ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଏ ଦିଗରେ କାର୍ଯ୍ୟ କରିବା ପାଇଁ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷା ନୀତି ଉପରେ ଆଲୋକପାତ କରିବା ସହ କହିଛନ୍ତି ଯେ ଭାରତୀୟ ଜୀବନ ପଦ୍ଧତି ଭିତ୍ତିରେ ଭାରତୀୟ ଶିକ୍ଷା ବ୍ୟବସ୍ଥା ହେବ । ଏହା ହିଁ ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ । ନୂଆ ଶିକ୍ଷା ନୀତି ଦ୍ୱାରା ଭାରତୀୟତା ତଥା ଭାରତର ପ୍ରାଚୀନ ସଂସ୍କୃତି, ପରମ୍ପରା, ବିଚାର ଓ ବୈଶିଷ୍ଟ୍ୟକୁ ଉଜାଗର କରାଯିବ । ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଅର୍ଥନୀତିର ମହାନ ଅବସର । ଭାରତ ଶିଳ୍ପ ବିପ୍ଳବ ୪.୦ରେ ପ୍ରବେଶ କରୁଅଛି । ଦୀର୍ଘ ୩୪ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ନୂଆ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି । ଏହି ସମୟରେ ଆମର ପୁରାତନ ଭାରତୀୟ ସଭ୍ୟତାକୁ ନୂଆ ଦିଗ ଦେଖାଇବାର ନିର୍ଣ୍ଣୟ ନେଉଅଛେ । ତେଣୁ ଏହି ସମୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଆମ ପ୍ରାଚୀନ ସଭ୍ୟତାର ନୂଆ ମାର୍ଗ ପ୍ରସ୍ତୁତ କରିବା ପାଇଁ ଯୋଜନାର ରୂପରେଖ କଣ ରହିବ, ତା’ ଉପରେ ବିଚାମବିମର୍ଷ କରିବା ଆବଶ୍ୟକ । ଶିକ୍ଷାନୁଷ୍ଠାନ ଗୁଡ଼ିକ ଏକବିଂଶ ଶତାବ୍ଦୀକୁ ଦିଶା ଦେବାର ଶିକ୍ଷା ପ୍ରଦାନ କରିବା ଦରକାର।

ପ୍ରଧାନମନ୍ତ୍ରୀ ମୋଦି ୭୬ତମ ସ୍ୱାଧୀନତା ଦିବସ ଅବସରରେ ବିକଶିତ ଭାରତ ପାଇଁ ନାଗରିକଙ୍କୁ ଦାୟିତ୍ୱବାନ ହେବା ପାଇଁ ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ବିକଶିତ ଭାରତର ଅର୍ଥ ହେଉଛି ଜନସଂଖ୍ୟାର ସମ୍ପୂର୍ଣ୍ଣ ଲୋକଙ୍କ ବିକାଶ କରିବା । ଏହି ସମୟରେ ଆମର ଦାୟିତ୍ୱ ଆମେ ବଡ଼ ଭାବିବାର ଆବଶ୍ୟକତା ରହିଛି । ବର୍ତ୍ତମାନ ସମୟରେ ଭାରତ ଲମ୍ବା ଲମ୍ଫ ମାରିବା ପାଇଁ ପ୍ରସ୍ତୁତ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ଭାରତ ଗଣତନ୍ତ୍ରର ଜନନୀ । ଦେଶର ଯୁବପିଢି, ବୁଦ୍ଧିଜୀବୀ, ଶିକ୍ଷାବିତ୍ ଭାରତର ମହାନ ଗଣତନ୍ତ୍ରକୁ ନେଇ ଏପରି କାର୍ଯ୍ୟକ୍ରମ କରନ୍ତୁ, ଯାହା ଦ୍ୱାରା ଭାରତର ଅସ୍ମିତା ବ୍ୟାପକ ହେବ । ଏହାବ୍ୟତିତ ଚଳିତବର୍ଷ ଜି-୨୦ ଭାରତରେ ଆୟୋଜନ କରାଯାଉଛି, ଏହା ୧୩୦ କୋଟି ଭାରତୀୟଙ୍କ ପାଇଁ ଗୌରବର ବିଷୟ । ସେହିପରି ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବା ଅବସରରେ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଶତବାର୍ଷିକୀ ସମାରୋହ ପାଳନ କରୁଛି । ଏଭଳି ସମୟରେ ଶ୍ରୀ ଭେଙ୍କଟେଶ୍ୱର କଲେଜ ହୀରକ ଜୟନ୍ତୀ ପାଳନ କରିବା ଖୁସିର ମୁହୂର୍ତ୍ତ । ଭେଙ୍କଟେଶ୍ୱର କଲେଜ ଏକବିଂଶ ଶତାବ୍ଦୀର ଜ୍ଞାନର ପେଣ୍ଠସ୍ଥଳୀ ହେବ ବୋଲି କେନ୍ଦ୍ରମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।

KNews Bureau

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

5 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

6 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago