Categories: କ୍ରୀଡା

କାଲି ଚତୁର୍ଥ ଦିନିକିଆ : ବିନା କୋହଲିରେ ବି ଭାରତ ପ୍ରସ୍ତୁତ, କଣ କରିବ ବୁଦ୍ଧି ଦିଶୁ ନାହିଁ ନ୍ୟୁଜିଲାଣ୍ଡକୁ

ହାମିଲଟନ୍‌ : ଆସନ୍ତାକାଲି ଭାରତ ବନାମ ନ୍ୟୁଜିଲାଣ୍ଡ ଚତୁର୍ଥ ଦିନିକିଆ । ପ୍ରଥମ ତିନିଟି ଯାକ ମ୍ୟାଚ୍‌ ଜିତି ୩-୦ରେ ଆଗୁଆ ରହିବା ସହ ଭାରତ ସିରିଜ୍‌ କବ୍‌ଜା କରି ସାରିଛି । ତେଣୁ କେବଳ ଓପଚାରିକତା ଦୃଷ୍ଟିରୁ ଟିମ୍‌ ଇଣ୍ଡିଆ ଏହି ଦୁଇଟି ମ୍ୟାଚ୍‌ ଖେଳିବ । ଅଧିନାୟକ ବିରାଟ କୋହଲି ଶେଷ ଦୁଇଟି ମ୍ୟାଚ୍‌ ନଖେଳି ବିଶ୍ରାମ ନେବା ପାଇଁ ଭାରତ ଫେରି ଆସିଛନ୍ତି । ସେପଟେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମାଂସପେଶୀ ଜନିତ ସମସ୍ୟା ଯୋଗୁଁ ପୂର୍ବ ମ୍ୟାଚ୍‌ ଖେଳି ନଥିଲେ । ଆଜି ଅବଶ୍ୟ ଅଭ୍ୟାସ ବେଳେ ପଡ଼ିଆରେ ଧୋନିଙ୍କୁ ଦେଖଇବାକୁ ମିଳିଥିଲା ।ଉଭୟ କୋହଲି ଓ ଧୋନି ଚମତ୍କାର ଫର୍ମରେ ଅଛନ୍ତି ।

ତଥାପି ସେମାନଙ୍କ ଅନୁପସ୍ଥିତି ଭାରତ ପାଇଁ ବିଶେଷ ଫରକ ଆଣିବ ନାହିଁ ବୋଲି ଆନୁମାନ କରାଯାଉଛି । କାରଣ ବର୍ତ୍ତମାନ ଉଭୟ ବ୍ୟାଟିଂ ଓ ବୋଲିଂରେ ଭାରତୀୟ ଦଳ ଏତେ ଶକ୍ତିଶାଳୀ ଯେ ନ୍ୟୁଜିଲାଣ୍ଡ ଏହାର ଅଧିକ କିଛି କ୍ଷତି କରି ପାରିବ ବୋଲି ଲାଗୁ ନାହିଁ । ତେବେ ବିଜୟର ସ୍ୱାଦରେ ବାୟା ନହୋଇ ପୂର୍ବ ମ୍ୟାଚ୍‌ ଭଳି ନିର୍ଦ୍ଦିଷ୍ଟ ରଣନୀତି ଓ ଆତ୍ମବିଶ୍ୱାସର ସହ ଖେଳିଲେ ସିରିଜ୍‌ରେ ଦଳ ୪-୦ରେ ଆଗୁଆ ରହିବ । ଭାରତ ଖେଳିଥିବା ଗତ ୧୧ଟି ଦିନିକିଆ ସିରିଜ୍‌ ମଧ୍ୟରୁ ଏହି ସିରିଜ୍‌କୁ ମିଶାଇଲେ ମୋଟ୍‌ ୧୦ଟିରେ ବିଜୟୀ ହେବ ।

କୋହଲିଙ୍କ ଅନୁପସ୍ଥିତିରେ ଉପଅଧିନାୟକ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ । ତାଙ୍କର ଏହା ହେବ ୨୦୦ତମ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ । ଏହି ସଫଳତା ପାଇବାରେ ସେ ହେଉଛନ୍ତି ଭାରତର ୧୪ ନମ୍ବର ଖେଳାଳି । ବର୍ତ୍ତମାନର ଭାରତୀୟ ଦଳରେ ରେହିତଙ୍କ ବ୍ୟତୀତ କେବଳ ବିରାଟ କୋହଲି ୨ଶହରୁ ଅଧିକ ମ୍ୟାଚ୍‌ ଖେଳିଛନ୍ତି । କୋହଲି ଏପର୍ଯ୍ୟନ୍ତ ଖେଳିଛନ୍ତି ୨୨୨ଟି ଦିନିକିଆ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଯୁବା ଖେଳାଳି ଶୁଭମାନ ଗିଲ୍‌ ସୁଯୋଗ ପାଇ ପାରନ୍ତି । ଯିଏକି ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୬୦ରୁ ଊର୍ଦ୍ଧ୍ୱ ହାରରେ ରନ୍‌ ସ୍କୋର କରିଛନ୍ତି ।

ସେପଟେ ନିଜ ଦେଶରେ ନିଜ ଫ୍ୟାନ୍‌ମାନଙ୍କ ଆଗରେ ନ୍ୟୁଜିଲାଣ୍ଡକୁ ସମ୍ମାନ ରକ୍ଷା କରିବା ଲାଗି ଅନ୍ତତଃ ଶେଷ ଦୁଇଟି ମ୍ୟାଚ୍‌ ଜିତିବାକୁ ହେବ । ହେଲେ କେମିତି ? ଏଇ ପ୍ରଶ୍ନ ଦଳର ଖେଳାଳି ଓ ଚୟନକର୍ତ୍ତାଙ୍କୁ ଘାରିଛି । ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି । ହୁଏତ ଏହା ପ୍ରଦର୍ଶନରେ କିଛି ପରିବର୍ତ୍ତନ ଆଣିପାରେ । ଦଳର ପ୍ରମୁଖ ବ୍ୟାଟ୍‌ସମ୍ୟାନ୍‌ ରଜ୍‌ ଟେଲର କହିଛନ୍ତି, ଭାରତୀୟ ସ୍ପିନରମାନଙ୍କୁ ଆମେ ଠିକ୍‌ ଭାବେ ମୁକାବିଲା କରିପାରୁ ନାହୁଁ । ଯେଉଁଥି ପାଇଁ ଏପରି ଅବସ୍ଥା ଭୋଗୁଛୁ ।
ଆସନ୍ତାକାଲି ହାମିଲଟନ୍‌ରେ ଏହି ମ୍ୟାଚ୍‌ ଭାରତୀୟ ସମୟ ସକାଳ ୭.୩୦ରେ ଆରମ୍ଭ ହେବ ।

KNews Bureau

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

25 seconds ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

11 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

40 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

59 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago