କାଲି ଚତୁର୍ଥ ଦିନିକିଆ : ବିନା କୋହଲିରେ ବି ଭାରତ ପ୍ରସ୍ତୁତ, କଣ କରିବ ବୁଦ୍ଧି ଦିଶୁ ନାହିଁ ନ୍ୟୁଜିଲାଣ୍ଡକୁ

ହାମିଲଟନ୍‌ : ଆସନ୍ତାକାଲି ଭାରତ ବନାମ ନ୍ୟୁଜିଲାଣ୍ଡ ଚତୁର୍ଥ ଦିନିକିଆ । ପ୍ରଥମ ତିନିଟି ଯାକ ମ୍ୟାଚ୍‌ ଜିତି ୩-୦ରେ ଆଗୁଆ ରହିବା ସହ ଭାରତ ସିରିଜ୍‌ କବ୍‌ଜା କରି ସାରିଛି । ତେଣୁ କେବଳ ଓପଚାରିକତା ଦୃଷ୍ଟିରୁ ଟିମ୍‌ ଇଣ୍ଡିଆ ଏହି ଦୁଇଟି ମ୍ୟାଚ୍‌ ଖେଳିବ । ଅଧିନାୟକ ବିରାଟ କୋହଲି ଶେଷ ଦୁଇଟି ମ୍ୟାଚ୍‌ ନଖେଳି ବିଶ୍ରାମ ନେବା ପାଇଁ ଭାରତ ଫେରି ଆସିଛନ୍ତି । ସେପଟେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମାଂସପେଶୀ ଜନିତ ସମସ୍ୟା ଯୋଗୁଁ ପୂର୍ବ ମ୍ୟାଚ୍‌ ଖେଳି ନଥିଲେ । ଆଜି ଅବଶ୍ୟ ଅଭ୍ୟାସ ବେଳେ ପଡ଼ିଆରେ ଧୋନିଙ୍କୁ ଦେଖଇବାକୁ ମିଳିଥିଲା ।ଉଭୟ କୋହଲି ଓ ଧୋନି ଚମତ୍କାର ଫର୍ମରେ ଅଛନ୍ତି ।

dhono pandya

ତଥାପି ସେମାନଙ୍କ ଅନୁପସ୍ଥିତି ଭାରତ ପାଇଁ ବିଶେଷ ଫରକ ଆଣିବ ନାହିଁ ବୋଲି ଆନୁମାନ କରାଯାଉଛି । କାରଣ ବର୍ତ୍ତମାନ ଉଭୟ ବ୍ୟାଟିଂ ଓ ବୋଲିଂରେ ଭାରତୀୟ ଦଳ ଏତେ ଶକ୍ତିଶାଳୀ ଯେ ନ୍ୟୁଜିଲାଣ୍ଡ ଏହାର ଅଧିକ କିଛି କ୍ଷତି କରି ପାରିବ ବୋଲି ଲାଗୁ ନାହିଁ । ତେବେ ବିଜୟର ସ୍ୱାଦରେ ବାୟା ନହୋଇ ପୂର୍ବ ମ୍ୟାଚ୍‌ ଭଳି ନିର୍ଦ୍ଦିଷ୍ଟ ରଣନୀତି ଓ ଆତ୍ମବିଶ୍ୱାସର ସହ ଖେଳିଲେ ସିରିଜ୍‌ରେ ଦଳ ୪-୦ରେ ଆଗୁଆ ରହିବ । ଭାରତ ଖେଳିଥିବା ଗତ ୧୧ଟି ଦିନିକିଆ ସିରିଜ୍‌ ମଧ୍ୟରୁ ଏହି ସିରିଜ୍‌କୁ ମିଶାଇଲେ ମୋଟ୍‌ ୧୦ଟିରେ ବିଜୟୀ ହେବ ।

ROHITକୋହଲିଙ୍କ ଅନୁପସ୍ଥିତିରେ ଉପଅଧିନାୟକ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ । ତାଙ୍କର ଏହା ହେବ ୨୦୦ତମ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ । ଏହି ସଫଳତା ପାଇବାରେ ସେ ହେଉଛନ୍ତି ଭାରତର ୧୪ ନମ୍ବର ଖେଳାଳି । ବର୍ତ୍ତମାନର ଭାରତୀୟ ଦଳରେ ରେହିତଙ୍କ ବ୍ୟତୀତ କେବଳ ବିରାଟ କୋହଲି ୨ଶହରୁ ଅଧିକ ମ୍ୟାଚ୍‌ ଖେଳିଛନ୍ତି । କୋହଲି ଏପର୍ଯ୍ୟନ୍ତ ଖେଳିଛନ୍ତି ୨୨୨ଟି ଦିନିକିଆ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଯୁବା ଖେଳାଳି ଶୁଭମାନ ଗିଲ୍‌ ସୁଯୋଗ ପାଇ ପାରନ୍ତି । ଯିଏକି ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୬୦ରୁ ଊର୍ଦ୍ଧ୍ୱ ହାରରେ ରନ୍‌ ସ୍କୋର କରିଛନ୍ତି ।

GILLସେପଟେ ନିଜ ଦେଶରେ ନିଜ ଫ୍ୟାନ୍‌ମାନଙ୍କ ଆଗରେ ନ୍ୟୁଜିଲାଣ୍ଡକୁ ସମ୍ମାନ ରକ୍ଷା କରିବା ଲାଗି ଅନ୍ତତଃ ଶେଷ ଦୁଇଟି ମ୍ୟାଚ୍‌ ଜିତିବାକୁ ହେବ । ହେଲେ କେମିତି ? ଏଇ ପ୍ରଶ୍ନ ଦଳର ଖେଳାଳି ଓ ଚୟନକର୍ତ୍ତାଙ୍କୁ ଘାରିଛି । ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି । ହୁଏତ ଏହା ପ୍ରଦର୍ଶନରେ କିଛି ପରିବର୍ତ୍ତନ ଆଣିପାରେ । ଦଳର ପ୍ରମୁଖ ବ୍ୟାଟ୍‌ସମ୍ୟାନ୍‌ ରଜ୍‌ ଟେଲର କହିଛନ୍ତି, ଭାରତୀୟ ସ୍ପିନରମାନଙ୍କୁ ଆମେ ଠିକ୍‌ ଭାବେ ମୁକାବିଲା କରିପାରୁ ନାହୁଁ । ଯେଉଁଥି ପାଇଁ ଏପରି ଅବସ୍ଥା ଭୋଗୁଛୁ ।
ଆସନ୍ତାକାଲି ହାମିଲଟନ୍‌ରେ ଏହି ମ୍ୟାଚ୍‌ ଭାରତୀୟ ସମୟ ସକାଳ ୭.୩୦ରେ ଆରମ୍ଭ ହେବ ।

Leave A Reply

Your email address will not be published.