କ୍ରୀଡା

ସଡନ୍‌ ଡେଥରେ ନ୍ୟୁଜିଲାଣ୍ଡ ଠାରୁ ହାରି ଭାରତ ହକି ବିଶ୍ୱ କପ୍‌ରୁ ବିଦା ହେଲା

ଭୁବନେଶ୍ୱର (କେନ୍ୟୁଜ୍‌) : ଭୀଷଣ ସଂଘର୍ଷ, ଉତ୍କଣ୍ଠା ଆଉ ନାଟକୀୟ ସ୍ଥିତିରେ ଶେଷ ହୋଇଛି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟର କ୍ରସଓଭର ମ୍ୟାଚ୍‌ । ହକି ବିଶ୍ୱ କପ୍‌ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଆଜି ଆୟୋଜକ ଭାରତ ହାରି ଯାଇଛି । ଏହା ସହ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି । ଆଜି କଳିଙ୍ଗ ଷ୍ଟାଡିୟମରେ ବିଶ୍ୱ ମାନ୍ୟତାରେ ୬ ନମ୍ବର ଥିବା ଭାରତକୁ ୧୨ ନମ୍ବର ଦଳ ନ୍ୟୁଜିଲାଣ୍ଡ ସଡନ୍‌ ଡେଥ୍‌ରେ ୫-୪ ଗୋଲ୍‌ରେ ହରାଇ ଦେଇଛି । ଉଭୟ ପେନାଲଟି ଓ ସଡନ୍‌ଡେଥରେ ଗୋଲ୍‌ ମିସ୍‌ କରି ଭାରତୀୟ ଦଳ ନିଜ ପାଇଁ ପରାଜୟକୁ ଡାକି ଆଣିଥିଲା । ଫଳରେ ଘରୋଇ ଦର୍ଶକ ସହ ଦେଶର ହକି ପ୍ରେମୀ ନିରାଶ ହୋଇଛନ୍ତି ।
ପୂର୍ବ ମ୍ୟାଚ୍‌ ଭଳି ଆଜି ବି ଭାରତକୁ ଖୁବ୍‌ ସଂଘର୍ଷ କରିବାକୁ ପଡ଼ିଥିଲା । ପ୍ରଥମେ ୨ଟି ଗୋଲ୍‌ ଦେଇ ଆଗୁଆ ରହିଥିଲେ ମଧ୍ୟ ଠିକ୍‌ େଓ୍ଵଲ୍ସ ବିପକ୍ଷ ମ୍ୟାଚ୍‌ ଭଳି ପ୍ରତିପକ୍ଷକୁ ଫେରିବାର ସୁଯୋଗ ଦେଇଥିଲା । ଫଳରେ ମ୍ୟାଚ୍‌ ୨-୨ ସ୍ତରକୁ ଆସିଥିଲା । ପରେ ଭାରତ ଆଉ ଗୋଟିଏ ଗୋଲ୍‌ ଦେଇ ୩-୨ରେ ଆଗୁଆ ରହିଥିଲା । ହେଲେ ଏହି ଖୁସି ବେଶି ସମୟ ରହିଲା ନାହିଁ । ମ୍ୟାଚ୍‌ର ଶେଷ କ୍ଷଣରେ ନ୍ୟୁଜିଲାଣ୍ଡ ଆଉ ଗୋଟିଏ ଗୋଲ୍‌ ଦେଇ ଖେଳକୁ ୩-୩ ସ୍ତରକୁ ନେଇ ଆସିଥିଲେ । କ୍ୱାର୍ଟରଫାଇନାଲ୍‌ରେ କ୍ୱିଓ୍ଵି ଦଳ ଗତ ଚାମ୍ପିଅନ୍‌ ବେଲଜିୟମକୁ ଭେଟିବ ।

ଏହାପରେ ମ୍ୟାଚ୍‌ର ଫଳାଫଳ ନିର୍ଣ୍ଣୟ ପାଇଁ ପେନାଲଟି ସୁଟଆଉଟ୍‌ ହୋଇଥିଲା । ଏଥିରେ ମଧ୍ୟ ଉଭୟ ଦଳ ପୁଣି ବରାବର ରହିଥିଲେ । ତେଣୁ ଶେଷରେ ସଡନ୍‌ ଡେଥ୍‌ର ସାହାରା ନିଆଯାଇଥିଲା । ଯେଉଁଥିରେ ନ୍ୟୁଜିଲାଣ୍ଡ ଠାରୁ ପଛରେ ପଡ଼ି ଯାଇଥିଲା ଭାରତ । ଅବଶ୍ୟ ନିର୍ଣ୍ଣାୟକ ସମୟରେ ଷ୍ଟାର ଗୋଲକିପର ଶ୍ରୀଜେସ ଆହତ ହେବା ଘଟଣା ଦଳକୁ ସମସ୍ୟାରେ ପକାଇଥିଲା । ତେବେ ନ୍ୟୁଜିଲାଣ୍ଡ ଦଳ ମାନ୍ୟତାରେ କମ୍‌ ଥିଲେ ମଧ୍ୟ ଚମତ୍କାର ଆଟାକିଂ ଖେଳ ପ୍ରଦର୍ଶନ କରିଥିଲା ।

 

ପୂର୍ବରୁ ଅନ୍ୟ ଏକ କ୍ରସ୍‌ ଓଭର ମ୍ୟାଚ୍‌ରେ ସ୍ପେନ ପେନାଲଟି ସୁଟଆଉଟ୍‌ରେ ୪-୩ ଗୋଲ୍‌ରେ ମାଲେସିଆକୁ ହରାଇ କ୍ୱାର୍ଟରଫାଇନାଲ୍‌ରେ ପହଞ୍ଚିଛି ।

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago