କ୍ରୀଡା

ଦୀର୍ଘ ୨୩ ବର୍ଷ ପରେ ଶ୍ରୀଲଙ୍କା ଠାରୁ ପ୍ରତିଶୋଧ ନେଲା ଭାରତ, ତୃତୀୟ ଦିନିକିଆ ଜିତି କ୍ଲିନ୍‌ ସୁଇପ କଲା ସିରିଜ୍‌

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ୩ଟି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜକୁ କ୍ଲିନ୍‌ ସୁଇପ୍‌ କରିଛି ଭାରତ । ଶ୍ରୀଲଙ୍କା ବିପକ୍ଷ ସିରିଜକୁ ୩-୦ରେ ବାଜିମାରିନେଇଛି ଟିମ୍‌ ଇଣ୍ଡିଆ । ୩୯୦ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ମାତ୍ର ୭୩ ରନରେ ଅଲ୍ଆଉଟ୍ ହୋଇଯାଇଥିଲା । ଟସ୍ ଜିତି ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୩୯୦ ରନ୍ କରିଥିଲା। ଏହି ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ମାତ୍ର ୭୩ ରନ୍‌ କରି ଅଲଆଉଟ୍‌ ହୋଇଥିଲା ।

ଭାରତର ୩୯୦ ରନ୍ ଜବାବରେ ଶ୍ରୀଲଙ୍କା ମାତ୍ର ୭୩ ରନରେ ସୀମିତ ରହିବାରୁ ରୋହିତ ଶର୍ମାଙ୍କ ଦଳ ମଧ୍ୟ ୩୧୭ ରନର ସର୍ବବୃହତ ଦିନିକିଆ ବିଜୟର କୀର୍ତ୍ତିମାନ ପ୍ରତିଷ୍ଠା କରିଛି। ଯାହା ଦୀର୍ଘ ୨୩ ବର୍ଷର ପ୍ରତିଶୋଧ ନେଇଛି ଭାରତ ।  ପୂର୍ବରୁ ୩୦୦ରୁ ଅଧିକ ରନ୍ ବ୍ୟବଧାନରେ କୌଣସି ଦଳ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଜିତିନଥିଲେ।

ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ମହମ୍ମଦ ସାମି ଓ କୁଲଦୀପ୍ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଶ୍ରୀଲଙ୍କା ବ୍ୟାଟ୍ସ ମ୍ୟାନ୍ ମାତ୍ର ୨୨ ଓଭର ପର୍ଯ୍ୟନ୍ତ କ୍ରିଜ୍ରେ ତିଷ୍ଠି ପାରିଥିଲେ।

ଭାରତ ଦେଇଥିବା ୩୯୧ ରନର ବିଶାଳ ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ଶ୍ରୀଲଙ୍କା ଟିମ୍ ମାତ୍ର ୭୩ ରନ୍‌ କରିବାରେ ସକ୍ଷମ ହୋଇଥିଲା । ଶ୍ରୀଲଙ୍କା ପକ୍ଷରୁ ଅଭିଷ୍କା ଫର୍ଣ୍ଣାଣ୍ଡୋ ୧ ରନ୍, ନୁୱାନିଦୁ ଫର୍ଣ୍ଣାଣ୍ଡୋ ୧୯, କୁଶଲ ମେଣ୍ଡିସ୍ ୪ ରନ୍, ଚରିତ ଅସଲଙ୍କା ୧ ରନ୍, ଦାଶୁନ ଶାଣକା ୧୧ ରନ୍ ୱାନିନ୍ଦୁ ହସରଙ୍ଗା ୧ ରନ୍, ଚମିକା କରୁଣାରତ୍ନେ ୧ ରନ୍, ଦୁନିଥ ୱେଲାଲାଗେ ୩ ରନ୍, କସୁନ ରଜିତା ଅପରାଜିତ ୧୩ ରନ୍, ଲହିରୁ କୁମାରା ୯ ରନ୍ କରିଥିଲେ।

ଏହି ମ୍ୟାଚରେ ମ୍ୟାନ୍ ଇନ୍ ଫର୍ମ ବିରାଟ କୋହଲି ପ୍ଲେୟାର ଅଫ୍ ଦ ମ୍ୟାଚ୍ ଓ ପ୍ଲେୟାର ଅଫ୍ ଦ ସିରିଜ୍ ଦୁଇଟି ଯାକ ଟାଇଟଲ ହାତେଇ ଥିଲେ। ସେ ତୃତୀୟ ଦିନିକିଆରେ ୧୬୬ ରନ କରିଥିବା ବେଳେ ପୂରା ସିରିଜରେ ମୋଟ ୨୮୩ ରନ୍ କରିଛନ୍ତି।

 

Swagatika

Recent Posts

ଆଜିର ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ନିଜକୁ ଶକ୍ତିବାନ୍‌ ଅନୁଭବ କରିବେ । ପାରିବାରିକ ସୁଖ, ଶାନ୍ତି ରହିବ । ସମ୍ପତ୍ତି ବିବାଦରେ ବିଜୟ…

7 hours ago

ନିଜ ସ୍ଥାନ ବଜାୟ ରଖିଛନ୍ତି ତିନି ମନ୍ତ୍ରୀ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): ମୋଦି ସରକାରର ନିଜ ସ୍ଥାନ ବଜାୟ ରଖିଛନ୍ତି ଓଡ଼ିଶାର ତିନି ମନ୍ତ୍ରୀ । ଅପରିବର୍ତ୍ତିତ ରହିଛି ଧର୍ମେନ୍ଦ୍ର ପ୍ରଧାନ,…

10 hours ago

କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅବଦାନ ଅତୁଳନୀୟ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି । କେଵଳ କନ୍ଧମାଳ କାହିଁକି ଭୁବନେଶ୍ୱରର ମର୍ଯ୍ୟାଦା…

10 hours ago

ଚୋରା ଚାଲାଣ ବେଳେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇ ମାଫିଆ ଗିରଫ

ଲମତାପୁଟ: ମାଛକୁଣ୍ଡ ପୋଲିସର ବଡ଼ ସଫଳତା । ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ ।…

10 hours ago

ପାରିବାରିକ ବିବାଦ ନେଲା ଉଗ୍ରରୂପ, ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ

ବାସୁଦେବପୁର: ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ଘରେ ଲଗାଇଦେଲେ ନିଆଁ । ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ…

11 hours ago

ମୋଦିଙ୍କ ୩-୦ କ୍ୟାବିନେଟରେ କାହାକୁ ମିଳିଲା କେଉଁ ବିଭାଗ

ନୂଆଦିଲ୍ଲୀ: ମୋଦିଙ୍କ ତୃତୀୟ ଇନିଂସରେ ମନ୍ତ୍ରୀମାନେ ଶପଥ ନେବା ପରେ ଆଜି ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ଆସନ୍ତୁ…

11 hours ago