Categories: କ୍ରୀଡା

ମେଲବର୍ଣ୍ଣରେ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ , ଟସ୍‌ ଜିତିଲା ଭାରତ, ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ

ମେଲବର୍ଣ୍ଣ(କେନ୍ୟୁଜ୍) : ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଆଜି ତୃତୀୟ ତଥା ଶେଷ ଦିନିକିଆ । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ । ଭାରତୀୟ ଦଳରେ ତିନିଟି ପରିବର୍ତ୍ତନ କରାଯାଇଛି । ଅମ୍ବାତି ରାଇଡୁ, କୁଲଦୀପ ଯାଦବ ଓ ମହମ୍ମଦ ସିରାଜଙ୍କ ସ୍ଥାନରେ ବିଜୟ ଶଙ୍କର, କେଦାର ଯାଦବ ଓ ଚହଲଙ୍କୁ ଦଳରେ ସାମିଲ କରାଯାଇଛି । ସିରିଜ ଏବେ ୧-୧ରେ ବରାବର ଥିବାରୁ ଜିଏ ମ୍ୟାଚ ଜିତିବ ସେ ସିରିଜ ଦଖଲ କରିବ । ଟେଷ୍ଟରେ ଇତିହାସ ରଚିବା ପରେ ଓ୍ଵାନ୍‌ ଡେ ସିରିଜ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ବିରାଟ ବାହିନୀ ।

୧୧ ବର୍ଷ ହେଲା ଅଷ୍ଟ୍ରେଲିଆ ମାଟିରେ ଓ୍ଵାନଡେ ସିରିଜ ଜିତିନଥିବା ମ୍ୟାନ ଇନ ବ୍ଲୁ ଇତିହାସ ରଚିବାକୁ ସୁଯୋଗ ରହିଛି । ଉଭୟ ଦଳ ମଧ୍ୟରେ ୫୦ଟି ଦିନିକିଆରୁ ମାତ୍ର ଭ୍ରମଣକାରୀ ଦଳ ୧୨ଟିରେ ବାଜି ମାରିଛି । ତେବେ ଭାରତୀୟ ଦଳ ଏବେ ଦମଦାର ଫର୍ମରେ ଅଛି । ଗତ ୯ ମାସରେ ୧୬ଟି ଓ୍ଵାନଡେରୁ ୧୦ଟିରେ ବାଜି ମାରିଛି । ତେବେ ମେଲବର୍ଣ୍ଣ ରେକର୍ଡ ବି କଙ୍ଗାରୁ ଦଳ ସପକ୍ଷରେ ରହିଛି । ଉଭୟ ଦଳ ମଧ୍ୟରେ ୧୪ଟି ମ୍ୟାଚ ଖେଳାଯାଇଥିବା ବେଳେ ଅଷ୍ଟ୍ରେଲିଆ ୯ଟିରେ ବାଜି ମାରିଛି ।

 

 

KNews Bureau

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

4 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

21 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

35 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

48 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

49 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago