ଲଦାଖରେ ବରଫ ଝଡ଼, ବରଫ ତଳେ ଚାପି ହୋଇ ରହିଛନ୍ତି ୧୦ ଜଣ

ଲଦାଖ(କେନ୍ୟୁଜ୍) : ଜମ୍ମୁ-କାଶ୍ମୀର ଲଦାଖରେ ବରଫ ଝଡ଼ । ଖାରଦୁଙ୍ଗଲାରେ ପ୍ରବଳ ବରଫ ଝଡ଼ ଯୋଗୁ ୪ଟି ଗାଡ଼ି ଫସି ଯାଇଛି । ବରଫ ତଳେ ଚାପି ହୋଇଯାଇଛନ୍ତି ୧୦ ଜଣ । ଘଟଣା ସଂପର୍କରେ ଜଣାପଡ଼ିବା ପରେ ଏମାନଙ୍କୁ ଉଦ୍ଧାର କରିବା ପାଇଁ ସେନା ଓ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି । ବରଫ ତଳୁ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାିଛି। କିଛି ଦିନ ହେବ ଲଦାଖ ସମେତ ପୂରା ଜମ୍ମୁ-କାଶ୍ମୀର ଓ ହିମାଚଳ ପ୍ରଦେଶ ବରଫ ଝଡର ତାଣ୍ଡବ ତେଖିବାକୁ ମିଳୁଛି ।

ସୂଚନା ଅନୁସାରେ ଆଜି ସକାଳେ ଖାରଦୁଙ୍ଗଲାରେ ଏକ ବରଫ ପାହାଡ ଖସି ପଡ଼ିଥିଲା । ଫଳରେ ସେଠାରେ ଥିବା ପର‌୍ୟ୍ୟଟକ ଚାପି ହୋଇଯାଇଛନ୍ତି । ଖାରଦୁଙ୍ଗଲା ବିଶ୍ୱର ସବୁଠୁ ଉଚ୍ଚ ସଡ଼କ । ଏହି ସଡ଼କ ୧୮ ହଜାର ଫୁଟ ଉପରେ ରହିଛି । ଏଠାରେ ତାପମାତ୍ରା ମାଇନସ୍‌ ୧୫ ଡିଗ୍ରୀରୁ ବି କମ୍‌ ରହିଥାଏ । ତେଣୁ ଏଠାରେ ଉଦ୍ଧାରକାର‌୍ୟ୍ୟକୁ ତ୍ୱରାନ୍ଵିତ କରିବା ସେନା ଓ ପୋଲିସ ପାଇଁ ଅସୁବିଧା ହେଉଛି । ଫସି ରହିଥିବା ପର‌୍ୟ୍ୟଟକଙ୍କ ସଂପର୍କରେ ଏପର‌୍ୟ୍ୟନ୍ତ କୌଣସି ସୂଚନା ମିଳିନାହିଁ । ଆଗକୁ ଦୁଇ ଦିନ ଯାଏ ଏହି ଅଞ୍ଚଳରେ ବରଫପାତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା ।

 

 

KNews Bureau

Recent Posts

ଶେଷ ରଜରେ କିଣି ଆଣନ୍ତୁ ସୁନା, ଜାଣନ୍ତୁ କେତେ ରହିଛି ଦର

କେନ୍ୟୁଜ (ବ୍ୟୁରୋ) : ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ୍ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା…

25 mins ago

ନିର୍ବାଚନ ଜିତିବା ପରେ ପ୍ରଥମ ଥର ପାଇଁ ସମ୍ବଲପୁର ଯାଇ ମା ସମଲେଶ୍ୱରୀଙ୍କୁ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର(କେନ୍ୟୁଜ): ନିର୍ବାଚନ ଜିତିବା ପରେ ପ୍ରଥମ ଥର ପାଇଁ ସମ୍ବଲପୁର ଗସ୍ତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମା…

32 mins ago

ଆଗକୁ ବଢୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ: ଆସନ୍ତା ୩ରୁ ୪ଦିନ ମଧ୍ୟରେ କିଛି ଅଞ୍ଚଳକୁ ଅଗ୍ରସର ହେବାର ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ):  ଆଗକୁ ବଢୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ୩ରୁ ୪ଦିନ ମଧ୍ୟରେ କିଛି ଅଞ୍ଚଳକୁ…

40 mins ago

ରାଜଧାନୀ ଦିଲ୍ଲୀରେ ପାଣି ପାଇଁ ହାହାକାର: ପାଇପରେ ଆସୁନି ପାଣି, ଟ୍ୟାଙ୍କର ଉପରେ ଭରସା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପାଣି ପାଇଁ ହାହାକାର । ଅଧିକାଂଶ ସ୍ଥାନରେ ଜଳ ସଂକଟର ବିକଳ ଚିତ୍ର । ପାଇପରେ…

50 mins ago

ଆଜି ଶେଷ ରଜ: ପିଠା, ମିଠାରେ ବାସୁଛି ପ୍ରତିଟି ଘର

କେନ୍ୟୁଜ: ଗାଁ ଦାଣ୍ଡରେ ରଜର ମହମହ ବାସ୍ନା । ଆଜି ଶେଷ ରଜ । ୩ ଦିନିଆ ରଜ ଉତ୍ସବର…

59 mins ago

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

8 hours ago