Categories: ରାଜ୍ୟ

ଯାଜପୁରରେ ଜାଲ୍‌ ନୋଟ୍‌ କାରବାରର ଚେର ଖୋଜୁଛି ପୋଲିସ୍‌

ଯାଜପୁର ଟାଉନ୍‌ (କେ ନ୍ୟୁଜ୍‌) : ଯାଜପୁରରେ ଚାଲିଛି ଜାଲ ନୋଟ୍‌ କାରବାର । ଆଶ୍ଚର୍ଯ୍ୟର କଥା ହେଉଛି ଏଥିରେ ସଂପୃକ୍ତ ଅଛନ୍ତି ଜଣେ ମହିଳା । ଗତକାଲି ଏହି ମହିଳାଙ୍କ ଠାରୁ ୧୬ ହଜାର ଟଙ୍କା ନକଲି ନୋଟ ଜବତ ହେବା ପରେ ପୋଲିସର ଚିନ୍ତା ବଢ଼ିଯାଇଛି । ପୋଲିସ ଆଜି ଅଭିଯୁକ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରିଛି । ମହିଳାଙ୍କ ଘର ବିଂଝାରପୁର ଥାନା ବରପଦା ଗାଁରେ । ତାଙ୍କ ନାଁ ଲୁସି ପରିଡା ।

ଲୁସି ଗତକାଲି ଅଠର ନଳା ନିକଟରେ ଥିବା ଏକ ଦୋକାନରୁ ଜିନିଷ କିଣି ୨ ହଜାର ଟଙ୍କିଆ ନୋଟ୍‌ ଦେଇଥିଲେ । ଏହି ନୋଟ୍‌ ନକଲି ଥିବା ଦୋକାନୀ ଜଣକ ଯାଞ୍ଚ କରି

ସନ୍ଦେହରେ ପଡ଼ିଗଲେ । ତେଣୁ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ପଚରା ଉଚୁରା କରିବା ପରେ ତାଙ୍କ ନିକଟରୁ ଆହୁରି ୭ଟି ନକଲି ୨ ହଜାର ଟଙ୍କିଆ ନୋଟ୍‌ ଜବତ କରିଥିଲା । ପରେ ମହିଳାଙ୍କୁ ନେଇ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରିଥିଲା ।
ଏହି ନକଲି ନୋଟ୍‌ କାରବାର ସଂପର୍କରେ ପୋଲିସ ହାତରେ କିଛି ସୁରାକ ଲାଗିଛି । କାରବାରରେ ସଂପୃକ୍ତ ଥିବା ଜିଲ୍ଲା କିମ୍ବା ରାଜ୍ୟର ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଥିବା ଯାଜପୁର ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଜାଲ୍‌ ନୋଟ୍‌ କାରବାର ପଛରେ ଥିବା ରାକେଟ୍‌କୁ ଖୋଜିବା ପାଇଁ ପୋଲିସ୍‌ ଉଦ୍ୟମ ଆରମ୍ଭ କରିଛି । ଏପଟେ ଅଭିଯୁକ୍ତ ମହିଳାଙ୍କୁ ରିମାଣ୍ଡରେ ଆଣି ପୋଲିସ୍‌ ଅଧିକ ପଚରା ଉଚରା କରିବ ବୋଲି ସୂଚନା ମିଳିଛି ।

KNews Bureau

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

9 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

18 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

26 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

43 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

57 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago