Categories: କ୍ରୀଡା

ରୋମାଞ୍ଚକର ସ୍ଥିତିରେ ସିଡ୍‌ନୀ ଟେଷ୍ଟ , ଡ୍ରାଇଭର ସିଟରେ ଟିମ୍ ଇଣ୍ଡିଆ

ସିଡ୍‌ନୀ(କେନ୍ୟୁଜ୍) : ରୋମାଞ୍ଚକର ସ୍ଥିତିରେ ସିଡ୍‌ନୀ ଟେଷ୍ଟ । ଡ୍ରାଇଭର ସିଟରେ ଟିମ୍‌ ଇଣ୍ଡିଆ। ପରାଜୟରୁ ବଞ୍ଚିବା ପାଇଁ କଙ୍ଗାରୁ ଦଳର ଲଢେଇ ଜାରି ରହିଛି। ତେବେ ଗତକାଲି କଙ୍ଗାରୁ ଦଳକୁ ଫଲୋଅନ୍‌ ଦେବା ପରେ ବ୍ୟାଟିଂ ଆରମ୍ଭ କରିଥିଲା ଦଳ। କିନ୍ତୁ ବର୍ଷା ଯୋଗୁ ଚତୁର୍ଥ ଦିନରେ ଖେଳ ବିଳମ୍ବରେ ଆରମ୍ଭ ହୋଇଥିଲା । ପଞ୍ଚମ ଦିନରେ ବି ବର୍ଷା ଯୋଗୁଁ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଛି। ପ୍ରଥମ ଇନିଂସରେ ଭାରତ ବିଶାଳ ୬୨୨ ରନ୍‌ର ସ୍କୋର କରି ପାଳି ଘୋଷଣା କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଓପନର ମରକସ୍‌ ହାରିସ୍‌ ସର୍ବାଧିକ ୭୯ ରନ୍‌ କରି କରିଥିଲେ ।

ତେବେ ସିଡନୀ ଟେଷ୍ଟ ଜିତିଲେ ଇତିହାସ ରଚିବ ଭାରତ । ବିଜୟ ଲାଭ କରି ନପାରିଲେ ମଧ୍ୟ ବର୍ଡର-ଗାଭାସ୍କର ଟ୍ରଫି ହାତେଇବ ଭାରତ। ଶେଷ ଥର ଭାରତ ମାଟିରେ ଏହି ଟ୍ରଫି ହାସଲ କରିଥିଲା ଟିମ୍‌ ଇଣ୍ଡିଆ। ତେବେ ଏହା ସହ ଅନେକ ରେକର୍ଡର ଅଧିକାରୀ ହେବ। ୧୯୭୭-୭୮ ପରେ ଦ୍ୱିତୀୟ ଥର ପାଇଁ ଅଷ୍ଟ୍ରେଲିଆରେ କୌଣସି ଟେଷ୍ଟ ସିରିଜରେ ୨ଟି ବିଜୟ ଲାଭ କରିବାର ରେକର୍ଡ କରିବ। ଏହା ବିଦେଶ ମାଟିରେ ଗୋଟିଏ ବର୍ଷରେ ସର୍ବାଧିକ ମ୍ୟାଚ ଜିତିବାର ରେକର୍ଡ ସହ ସମାନ ସ୍ଥିତିରେ ରହିବ। ପୂର୍ବରୁ ୨୦୦୪ ଓ ୨୦୧୦ରେ ସର୍ବାଧିକ ୪ଟି ଟେଷ୍ଟ ଜିତିଛି ଭାରତ। ଭାରତୀୟ ଅଧିନାୟକ ଭାବେ ବିରାଟ କୋହଲି ବିଦେଶରେ ୧୧ଟି ଟେଷ୍ଟ ମ୍ୟାଚ ଜିତି ସୌରଭ ଗାଙ୍ଗୁଲିଙ୍କ ସହ ରେକର୍ଡ ବରାବର କରିବେ।

KNews Bureau

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

41 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

46 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

11 hours ago