Categories: ରାଜ୍ୟ

ଓଲିଉଡ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ଵିଷ୍ଟ , ସ୍ୱାମୀ, ଶାଶୂଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଲେ ବାପା ସନାତନ ବେହେରା

କଟକ(କେନ୍ୟୁଜ୍) : ଓଲିଉଡ ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରାଙ୍କୁ ହତ୍ୟା ଅଭିଯୋଗ । ଏନେଇ ତାଙ୍କ ବାପା ସନାତନ ବେହେରା କଟକ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଛନ୍ତି । ନିକିତାଙ୍କ ସ୍ୱାମୀ, ଶାଶୂ ଓ ଶୂଶୁରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । କହିଛନ୍ତି ପାରିବାରିକ କଳହ ହତ୍ୟାର କାରଣ । ଘଟଣା ଦିନ ଘରେ ଗଣ୍ଡଗୋଳ ହୋଇଥିଲା । ଲିପନ ନିକିତାଙ୍କୁ ଛାତକୁ ଡାକି ନେଇଥିଲେ । ପାଟିତୁଣ୍ଡ ହେବାରୁ ଛାତରୁ ଠେଲି ଦେଇଥିଲେ । ଏହି ଘଟଣାରେ ନିକିତାଙ୍କ ସ୍ୱାମୀ ଲିପୁନ ସାହୁ, ଶାଶୂ ଓ ଶୂଶୁରଙ୍କ ନାଁର ଆଇପିସିର ଧାରା ୩୦୨, ୪୯୮(କ), ୩୦୬, ୩୪୧ ରେ ମାମଲା ରୁଜୁ ହୋଇଛି । ଏତଲା ଆଧାରରେ ନିକିତାଙ୍କ ସ୍ୱାମୀଙ୍କୁ ପୋଲିସ ଅଟକ ରଖିଛି ।

ଶନିବାର ନିକିତାଙ୍କ ମୁଣ୍ଡ ପଛ ପଟରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏକ ଶହରୁ ଅଧିକ ଆଲବମ୍‌ରେ ଅଭିନୟ କରିଥିବା ନିକିତା ଏକାଧିକ ସିରିୟଲରେ ମଧ୍ୟ ନାଁ କରିଛନ୍ତି। ୨୦୧୬ ନଭେମ୍ବର ୨୫ ତାରିଖରେ କଟକ ଗୋପାଳପୁର ସିରିୟଲ ଅଭିନେତା ଲିପନ ସାହୁଙ୍କୁ ବିବାହ କରିଥିଲେ ନିକିତା।

 

 

KNews Bureau

Recent Posts

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

13 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

58 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago