ଓଲିଉଡ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ଵିଷ୍ଟ , ସ୍ୱାମୀ, ଶାଶୂଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଲେ ବାପା ସନାତନ ବେହେରା

କଟକ(କେନ୍ୟୁଜ୍) : ଓଲିଉଡ ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରାଙ୍କୁ ହତ୍ୟା ଅଭିଯୋଗ । ଏନେଇ ତାଙ୍କ ବାପା ସନାତନ ବେହେରା କଟକ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଛନ୍ତି । ନିକିତାଙ୍କ ସ୍ୱାମୀ, ଶାଶୂ ଓ ଶୂଶୁରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । କହିଛନ୍ତି ପାରିବାରିକ କଳହ ହତ୍ୟାର କାରଣ । ଘଟଣା ଦିନ ଘରେ ଗଣ୍ଡଗୋଳ ହୋଇଥିଲା । ଲିପନ ନିକିତାଙ୍କୁ ଛାତକୁ ଡାକି ନେଇଥିଲେ । ପାଟିତୁଣ୍ଡ ହେବାରୁ ଛାତରୁ ଠେଲି ଦେଇଥିଲେ । ଏହି ଘଟଣାରେ ନିକିତାଙ୍କ ସ୍ୱାମୀ ଲିପୁନ ସାହୁ, ଶାଶୂ ଓ ଶୂଶୁରଙ୍କ ନାଁର ଆଇପିସିର ଧାରା ୩୦୨, ୪୯୮(କ), ୩୦୬, ୩୪୧ ରେ ମାମଲା ରୁଜୁ ହୋଇଛି । ଏତଲା ଆଧାରରେ ନିକିତାଙ୍କ ସ୍ୱାମୀଙ୍କୁ ପୋଲିସ ଅଟକ ରଖିଛି ।

comm1ଶନିବାର ନିକିତାଙ୍କ ମୁଣ୍ଡ ପଛ ପଟରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏକ ଶହରୁ ଅଧିକ ଆଲବମ୍‌ରେ ଅଭିନୟ କରିଥିବା ନିକିତା ଏକାଧିକ ସିରିୟଲରେ ମଧ୍ୟ ନାଁ କରିଛନ୍ତି। ୨୦୧୬ ନଭେମ୍ବର ୨୫ ତାରିଖରେ କଟକ ଗୋପାଳପୁର ସିରିୟଲ ଅଭିନେତା ଲିପନ ସାହୁଙ୍କୁ ବିବାହ କରିଥିଲେ ନିକିତା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.