କେନ୍ଦ୍ରାପଡ଼ା ଧର୍ମକଣ୍ଟା ନିକଟରେ ଅନ୍ୟ ଏକ ଗାଡିକୁ ପଛପଟୁ ପିଟିଲା କାର୍‌ , ୫ ମୃତ

କେନ୍ଦ୍ରାପଡ଼ା(କେନ୍ୟୁଜ୍) : ମର୍ମନ୍ତୁଦ ଦୁର୍ଘଟଣା। ଏକାସାଙ୍ଗରେ ଚାଲିଗଲା ୫ ଜୀବନ। ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିସ ଥାନା ଧର୍ମକଣ୍ଟା ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ମାନଙ୍କ ବୟସ ୧୮ରୁ ୨୮ ଭିତରେ ।

accଗତକାଲି ବିଳମ୍ବିତ ରାତିରେ ଏକ ଡ୍ୟାନ୍‌ସ ଗ୍ରୁପ୍‌ର କଳାକାରମାନେ ପାଣିକୋଇଲିରେ ଯାତ୍ରା ଦେଖି ୫ନମ୍ବର ଜାତୀୟ ରାଜପଥରେ ଫେରୁଥିଥିଲେ। ଏହି ସମୟରେ ସେମାନଙ୍କ କାର୍‌ଟି ଅନ୍ୟ ଏକ ଗାଡିକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଡେରାବିସ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଗାଡିରୁ ବାହାର କରିଥିଲା। ଦ୍ରୁତ ଗାଡି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି।