କ୍ରୀଡା

ଭାରତ-ନ୍ୟୁଜିଲାଣ୍ଡ ଶେଷ ଦିନିକିଆରେ ବର୍ଷା ସାଜିଲା ବାଧକ, ୧-୦ରେ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

କେନ୍ୟୁଜ୍‌ ବ୍ୟୁରୋ: ଭାରତୀୟ ନ୍ୟୁଜିଲାଣ୍ଡ ଶେଷ ଦିନିକିଆ ମ୍ୟାଚ୍‌ ବର୍ଷା ଯୋଗୁ ଅମିମାଂସୀତ ରହିଛି । ନ୍ୟୁଜିଲାଣ୍ଡ ଟିମ୍‌ ଏହି ଦିନିକିଆ ସିରିଜକୁ ୧-୦ରେ ଜିତି ନେଇଛି । ଭାରତ ପ୍ରଥମ ବ୍ୟାଟିଂ କରି ୪୭.୩ ଓଭରରେ ୨୧୯ ରନ କରି ଅଲଆଉଟ ହୋଇଥିଲା ।  ତାର ଜବାବରେ ନ୍ୟୁଜିଲାଣ୍ଡ ୧୮ ଓଭରରେ ୧୦୪ ରନ ସଂଗ୍ରହ କରିଥିଲା ବେଳେ ବର୍ଷା ଯୋଗୁଁ ମ୍ୟାଚ୍‌ ବନ୍ଦ ରହିଥିଲା । ଏହା ପୂର୍ବରୁ ଭାରତୀୟ ଦଳ ଟି-୨୦ ସିରିଜକୁ ୧-୦ରେ ଜିତିଥିବା ବେଳେ ଏବେ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ ଜିତି, ସିରିଜକୁ ବରାବର କରିଛି । ଏହି ଦୁଇଟି ଯାକ ସିରିଜରେ ଦୁଇ ଜଣ ଅଧିନାୟକଙ୍କୁ ସୁଯୋଗ ଦିଆଯାଇଥିଲା । ଟି-୨୦ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାର ଦିଆଯାଇଥିଲା ବେଳେ ଦିନିକିଆରେ ଶିଖର ଧାଓ୍ଵନଙ୍କୁ ଦିଆ ଯାଇଛି ।ଲଗାତାର ଆଇସିସିର ଅଫିସିଆଲ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍‌ର ବିଫଳତା ପରେ ବିସିସିଆଇ ଏକ ନୂଆ ଯୋଜନା କରିବାକୁ ଯାଉଛି । ଏବେ ବିସିସିଆଇ କ୍ରିକେଟର ଅଲଗା ଅଲଗା ଫର୍ମାଟ୍‌ରେ ଅଧିନାୟକ ପଦ ବାଣ୍ଟିବାକୁ ଚାହୁଁଛି । ତେଣୁ ନ୍ୟୁଜିଲାଣ୍ଡ ଗସ୍ତରେ ଏହି ଦୁଇ ଜଣଙ୍କୁ ଯୁଯୋଗ ଦେଇଛି ବିସିସିଆଇ ।

କେମିତି ରହିଲା ପ୍ରଦର୍ଶନ :

ଦେଖିବାକୁ ଗଲେ ଟି-୨୦ ଏବଂ ଦିନିକିଆ ଏହି ଦୁଇ ସିରିଜରେ ଭାରତୀୟ ଦଳ ସେମିତି କିଛି ଆଖିଦୃଶିଆ ପ୍ରଦର୍ଶନ କରି ନାହିଁ । କିଛି ହାତ ଗଣତି ଖେଳାଳିଙ୍କୁ ଛାଡ଼ିଦେଲେ ଭାରତର ପ୍ରଦର୍ଶନ ନୈରାଶ୍ୟ ଜନକ ରହିଛି । ଏହି ଦୁଇଟି ସିରିଜରେ ବର୍ଷା ମଧ୍ୟ ଏକ ବଡ଼ ଫ୍ୟାକ୍ଟର ହୋଇଛି । ଦିନିକିଆର ଦୁଇଟି ଯାକ ମ୍ୟାଚ୍‌ର ଫଳାଫଳ ବର୍ଷା ଯୋଗୁ ଅମିମାଂସୀତ ରହିଛି ।

ଶେଷ ଦିନିକିଆ ମ୍ୟାଚ୍‌ର ଫଳାଫଳ :

ଭାରତ ପ୍ରଥମେ ବ୍ୟାଟିଂ କରି ୪୭.୩ ଓଭରରେ ୨୧୯ ରନ କରି ଅଲ ଆଉଟ ହୋଇ ଯାଇଥିଲା । ଏହି ମ୍ୟାଚ୍‌ରେ ଓ୍ଵାଶିଂଟନ ସୁନ୍ଦର ସର୍ବାଧିକ ୫୧ ରନ କରିଥିଲେ । ତାଙ୍କ ପଛକୁ ଥିଲେ ଶ୍ରେୟସ ଆୟର ୫୯ ବଲରେ ୪୯ ରନ ଏବଂ ଅଧିନାୟକ ଶିଖର ଧାଓ୍ଵନ ୪୫ ବଲରେ ୨୮ ରନ କରିଥିଲେ । ତାର ଜବାବରେ କିଓ୍ଵି ଦଳ ୧୮ ଓଭରେ ଗୋଟିଏ ଓ୍ଵିକେଟ୍‌ ହରାଇ ୧୦୪ ରନ କରିଥିଲା । ତା ପରେ ବର୍ଷା ଯୋଗୁ ମ୍ୟାଚ୍‌କୁ ବନ୍ଦ ରଖିବାକୁ ପଡ଼ିଥିଲା । ନ୍ୟୁଜିଲାଣ୍ଡ ର ଫିନ୍‌ ଏଲେନ୍‌ ୫୪ ବଲରେ ୫୭ ଏବଂ ଡେବନ୍‌ କନେଓ୍ଵ ୫୧ ବଲରେ ୩୮ ରନ କରି ଦଳକୁ ମଜଭୁତ ସ୍ଥିତିରେ ରଖିଥିଲେ । ଡକ୍‌ଓ୍ଵର୍ଥ ଏଣ୍ଡ୍‌ ଲୁଇସ୍‌ ନିୟମ ଅନୁଯାୟୀ ନ୍ୟୁଜିଲାଣ୍ଡ ଟିମ୍‌ ୫୦ ରନ ଆଗରେ ଥିଲା । ଏହି ମ୍ୟାଚ୍‌କୁ ନିୟମ ଅନୁସାରେ ବିଚାର କରିବାକୁ ହେଲେ ଅତିକମ୍‌ରେ ୨୦ ଓଭର ଖେଳିବାକୁ ହୋଇଥାଏ । ତେଣୁ ଏହି ମ୍ୟାଚ୍‌ ଅମିମାଂସିତ ରହିଛି ।

 

ଏହି ଗସ୍ତରେ ଭାରତୀୟ ଦଳର ସିନିୟରଙ୍କୁ ବିଶ୍ରାମ ଦିଆ ଯାଇଥିବା ବେଳେ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛି ବିସିସିଆଇ।

 

KNews Bureau

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

42 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

51 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

1 hour ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

1 hour ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

1 hour ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago