Categories: କ୍ରୀଡା

ଆଜି ଭାରତ-ଶ୍ରୀଲଙ୍କା ଅନ୍ତିମ ଟି-୨୦, ରେକର୍ଡ଼ ଅପେକ୍ଷାରେ ବିରାଟ ଓ ବୁମରା

ପୁନେ : ଆଜି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏଠାରେ ଖେଳାଯିବ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍‌ । ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହେବା ପରେ ଇନ୍ଦୋର ଠାରେ ଦ୍ୱିତୀୟ ମ୍ୟାଚ୍‌ରେ ଅତି ସହଜ ବିଜୟ ହାସଲ କରିଥିଲା ଟିମ୍‌ ଇଣ୍ଡିଆ । ଆଜିର ମ୍ୟାଚ୍‌ ସିରିଜ୍‌ର ଭାଗ୍ୟ ନିର୍ଣ୍ଣୟ କରିବ । ଭାରତ ଜିତିଲେ ସିରିଜ୍‌ ବିଜୟୀ ହେବ ଏବଂ ଶ୍ରୀଲଙ୍କା ଜିତିଲେ ସିରିଜ୍‌ ୧-୧ରେ ଡ୍ର ରହିବ ।

ତେବେ ଏହି ମ୍ୟାଚ୍‌ର ଫଳାଫଳ ସମେତ ଆଉ କିଛି କଥା ଉପରେ ରହିଛି କ୍ରିକେଟ୍‌ପ୍ରେମୀଙ୍କ ନଜର । କିଛି ରେକର୍ଡ଼ ମଧ୍ୟ ସୃଷ୍ଟି ହେବ ପୁନେ ଷ୍ଟାଡିୟମ୍‌ରେ । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆଉ ମାତ୍ର ଗୋଟିଏ ରନ୍‌ କଲେ ଅଧିନାୟକ ଭାବେ ସମସ୍ତ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୧୧ ହଜାର ରନ୍‌ ପୂରଣ କରିବେ । ଏହି ସଫଳତା ହାସଲ କରିବାରେ ସେ ଭାରତର ଦ୍ୱିତୀୟ ଏବଂ ବିଶ୍ୱର ଷଷ୍ଠ ଖେଳାଳି ହେବେ। ଭାରତ ପକ୍ଷରୁ ମହେନ୍ଦ୍ର ସିଂହ ଧୋନି ଅଧିନାୟକ ଭାବେ ସର୍ବାଧିକ ୧୧,୨୦୭ ରନ୍‌ ସ୍କୋର କରିଛନ୍ତି ।
ସେହିପରି ପେସ୍‌ ବୋଲର୍‌ ଯଶପ୍ରୀତ ବୁମରା ଗୋଟିଏ ଓ୍ଵିକେଟ୍‌ ନେଲେ ଟି-୨୦ କ୍ରିକେଟ୍‌ରେ ଭାରତ ତରଫରୁ ସର୍ବାଧିକ ଓ୍ଵିକେଟ୍‌ ଦଖଲକାରୀ ହେବେ । ସେ ଏପର୍ଯ୍ୟନ୍ତ ୪୪ଟି ମ୍ୟାଚ୍‌ରେ ୫୨ଟି ଓ୍ଵିକେଟ୍‌ ନେଇଛନ୍ତି । ରବିଚନ୍ଦ୍ର ଅଶ୍ୱିନ୍‌ ଏବଂ ଯୁଜବେନ୍ଦ୍ର ଚହଲ ମଧ୍ୟ ସମାନ ୫୨ଟି ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଛନ୍ତି । ତେଣୁ ବୁମରା ଆଉ ଗୋଟିଏ ଓ୍ଵିକେଟ୍‌ ନେଲେ ଏମାନଙ୍କୁ ଟପିଯିବେ ।

KNews Bureau

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

59 seconds ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

4 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

38 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

39 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago