ଆଜି ଭାରତ-ଶ୍ରୀଲଙ୍କା ଅନ୍ତିମ ଟି-୨୦, ରେକର୍ଡ଼ ଅପେକ୍ଷାରେ ବିରାଟ ଓ ବୁମରା

ପୁନେ : ଆଜି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏଠାରେ ଖେଳାଯିବ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍‌ । ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହେବା ପରେ ଇନ୍ଦୋର ଠାରେ ଦ୍ୱିତୀୟ ମ୍ୟାଚ୍‌ରେ ଅତି ସହଜ ବିଜୟ ହାସଲ କରିଥିଲା ଟିମ୍‌ ଇଣ୍ଡିଆ । ଆଜିର ମ୍ୟାଚ୍‌ ସିରିଜ୍‌ର ଭାଗ୍ୟ ନିର୍ଣ୍ଣୟ କରିବ । ଭାରତ ଜିତିଲେ ସିରିଜ୍‌ ବିଜୟୀ ହେବ ଏବଂ ଶ୍ରୀଲଙ୍କା ଜିତିଲେ ସିରିଜ୍‌ ୧-୧ରେ ଡ୍ର ରହିବ ।

VIRAT AND BUMRA-2ତେବେ ଏହି ମ୍ୟାଚ୍‌ର ଫଳାଫଳ ସମେତ ଆଉ କିଛି କଥା ଉପରେ ରହିଛି କ୍ରିକେଟ୍‌ପ୍ରେମୀଙ୍କ ନଜର । କିଛି ରେକର୍ଡ଼ ମଧ୍ୟ ସୃଷ୍ଟି ହେବ ପୁନେ ଷ୍ଟାଡିୟମ୍‌ରେ । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆଉ ମାତ୍ର ଗୋଟିଏ ରନ୍‌ କଲେ ଅଧିନାୟକ ଭାବେ ସମସ୍ତ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୧୧ ହଜାର ରନ୍‌ ପୂରଣ କରିବେ । ଏହି ସଫଳତା ହାସଲ କରିବାରେ ସେ ଭାରତର ଦ୍ୱିତୀୟ ଏବଂ ବିଶ୍ୱର ଷଷ୍ଠ ଖେଳାଳି ହେବେ। ଭାରତ ପକ୍ଷରୁ ମହେନ୍ଦ୍ର ସିଂହ ଧୋନି ଅଧିନାୟକ ଭାବେ ସର୍ବାଧିକ ୧୧,୨୦୭ ରନ୍‌ ସ୍କୋର କରିଛନ୍ତି ।
ସେହିପରି ପେସ୍‌ ବୋଲର୍‌ ଯଶପ୍ରୀତ ବୁମରା ଗୋଟିଏ ଓ୍ଵିକେଟ୍‌ ନେଲେ ଟି-୨୦ କ୍ରିକେଟ୍‌ରେ ଭାରତ ତରଫରୁ ସର୍ବାଧିକ ଓ୍ଵିକେଟ୍‌ ଦଖଲକାରୀ ହେବେ । ସେ ଏପର୍ଯ୍ୟନ୍ତ ୪୪ଟି ମ୍ୟାଚ୍‌ରେ ୫୨ଟି ଓ୍ଵିକେଟ୍‌ ନେଇଛନ୍ତି । ରବିଚନ୍ଦ୍ର ଅଶ୍ୱିନ୍‌ ଏବଂ ଯୁଜବେନ୍ଦ୍ର ଚହଲ ମଧ୍ୟ ସମାନ ୫୨ଟି ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଛନ୍ତି । ତେଣୁ ବୁମରା ଆଉ ଗୋଟିଏ ଓ୍ଵିକେଟ୍‌ ନେଲେ ଏମାନଙ୍କୁ ଟପିଯିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.