Below header

ଆଲମାରୀ ପଡିଯିବାରୁ ଶିଶୁର ମୃତ୍ୟୁ, ଏବେ କମ୍ପାନୀ ଦେବ ୩୩୧ କୋଟି ଟଙ୍କା କ୍ଷତିଭରଣା

ଆଲମାରୀ ପଡି ଜଣଙ୍କର ଜୀବନ ଯିବା ଓ ପରେ କ୍ଷତି ପୂରଣ ବାବଦରେ କମ୍ପାନୀକୁ କ୍ଷତିପୂରଣ ଭରିବା ପରି ଘଟଣା ଖୁବ ବିରଳ । କିନ୍ତୁ ଏପରି ହିଁ ଏକ ସମାନ ଧରଣର ଘଟଣା ଘଟିଛି କାର୍ଲିଫର୍ଣ୍ଣିଆରେ । ୨୦୧୭ ମସିହାରେ ୨ ବର୍ଷର ଏକ ଶିଶୁ ଡ଼ଡେକ ଉପରେ ଏକ କପଡା ଭର୍ତ୍ତି ଆଲମାରୀ ପଡିଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଶିଶୁ ଟିର ମୃତ୍ୟୁ ହୋଇଥିଲା । ଏବେ କିନ୍ତୁ ଆଲମାରୀ ପ୍ରସ୍ତୁତକାରୀ କମ୍ପାନୀ ଶିଶୁଟିର ପରିବାରକୁ ୩୩୧ କୋଟି ଟଙ୍କାର କ୍ଷତିପୂରଣ ବାବଦରେ ଦେବା ନେଇ ସ୍ଥିର ହୋଇଛି । ମିଡ଼ିଆ ରିପୋର୍ଟ ଅନୁଯାୟୀ ଯେଉଁ ଆଲମାରୀ ପଡି ଶିଶୁଟିର ମୃତ୍ୟୁ ହୋଇଥିଲା ତାହା ହେଉଛି ବିଶ୍ୱର ଅନ୍ୟତମ ନାମୀ ଫର୍ନିଚର କମ୍ପାନୀ ‘ଆଇକିଆ’ କମ୍ପାନୀର ।

ଶିଶୁ ଟିର ବାପା ଓ ମା’ ଜେଲିନ ଡ଼ଡେକ ଓ କ୍ରେଗ ଡ଼ଡେକଙ୍କ କହିବା ଅନୁଯାୟୀ ଆଲମିରା ଟିର ଡିଜାଇନରେ ତ୍ରୁଟି ଥିବା କାରଣରୁ ହିଁ ଭାରସାମ୍ୟ ହରାଇ ତାଙ୍କ ଶିଶୁ ଉପରେ ପଡିଯାଇଥିଲା । ସେମାନେ ଆହୁରି ମଧ୍ୟ କହିଛନ୍ତି କି ସେମାନେ ଏହି କେଶ ଏଥିପାଇଁ କେବଳ ଲଢ଼ିଛନ୍ତି ଯାହା ଫଳରେ ଲୋକେ ଏହା ଦ୍ୱାରା ସତର୍କ ହୋଇପାରିବେ ଓ ନିଜ ନିଜ ଶିଶୁ ମାନଙ୍କ ଧ୍ୟାନ ରଖିପାରିବେ । ମିଳିଥିବା ସୂଚନା ଅନୁଯାୟୀ ଏହା ପୂର୍ବରୁ ୨୦୧୬ ମସିହାରେ ବି ଆଇକିଆ ତିନି ପରିବାରଙ୍କୁ ପାଖାପାଖି ୩୬୦ କୋଟି ଟଙ୍କାର କ୍ଷତି ଭରଣା ଦେଇଥିଲେ । ଏହି ପରିବାରର ଶିଶୁ ମାନଙ୍କ ମୃତ୍ୟୁ ବି ଆଲମିରା ପଡିବା ଯୋଗୁଁ ହିଁ ହୋଇଥିଲା ।

ଏବେକାର ଘଟଣା ପରେ କମ୍ପାନୀ ପ୍ରାୟ ୩୨ କିଲୋ ଅଲମାରୀର ରିକଲ କରାଇଛି । କହିରଖିବା ଉଚିତ ହେବକି ଆଇକିଆ କମ୍ପାନୀର ସ୍ଥାପନା ୧୯୪୩ ମସିହାରେ ୧୭ ବର୍ଷୀୟ ଫିଡ଼ର ଇଂଗବାରଙ୍କ ଦ୍ୱାରା ହିଁ ହୋଇଥିଲା । ଏବେ ଏହି କମ୍ପାନୀ ବର୍ଷକୁ ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ବ୍ୟବସାୟ କରୁଥିବା ଶୁଣାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.