Below header

ପାଞ୍ଚ ମହଲା କୋଠାରୁ ରସିରେ ବାନ୍ଧି ତଳକୁ ଓହଳାଇଦେଲେ ଜେଜେମା’, ତାପରେ କଣ ହେଲା ଦେଖନ୍ତୁ

ସୋସିଆଲ ମିଡିଆରେ ଚୀନର ଏକ ଛାତି ଧରା ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓକୁ ଯିଏ କେହି ବି ଦେଖିବେ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ବୟଷ୍କ ମହିଳା ନିଜର ସାତ ବର୍ଷର ନାତିକୁ ରଣିରେ ବାନ୍ଧି ଆପାର୍ଟମେଣ୍ଟର ୫ମ ମହଲାରେ ଟାଙ୍ଗି ଦେଇଛନ୍ତି। ଆପଣ ଭାବୁଥିବେ କଣ ପାଇଁ ଜେଜେମା ଏମିତି ନାତିକୁ ଓହଳାଇଛନ୍ତି? ଏମିତି ହେବା ପଛର କାରଣ ଏକ ପୋଷା ବିଲେଇ।

ସୋସିଆଲ ମିଡିଆରେ ଏହି ଭିଡିଓ ବହୁତ ଭାଇରାଲ ହେଉଛି। ଭିଡିଓକୁ ତଳେ ଛିଡା ହୋଇଥିବା କିଛି ଲୋକ ରେକର୍ଡ କରିଛନ୍ତି ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

boyପୋଷା ବିଲେଇଟି ସେକେଣ୍ଡ ଫ୍ଲୋରରେ ଫସି ରହିଥିଲା। ଏହା ଦେଖି ମହିଳା ଜଣଙ୍କ ନିଜ ନାତିକୁ ରସିରେ ବାନ୍ଧି ତଳକୁ ଛାଡିଦେଲେ। ପିଲାଟି ତଳକୁ ଯାଇ ବିଲେଇକୁ ଉଦ୍ଧାର କରିବାରେ ସକ୍ଷମ ହେଲା। ଏହାପରେ ମହିଳା ଜଣଙ୍କ ଧୀରେ ଧୀରେ ପିଲାଟିକୁ ଉପରକୁ ଟାଣିଥିଲେ।

ପ୍ରାୟ ୧୦ ମିନିଟ୍‌ ପଯ୍ୟର୍ନ୍ତ ବିଲେଇ ଏବଂ ପିଲାଟି ବାୟୁରେ ଓହଳି ରହିଥିଲେ। ସ୍ଥାନୀୟ ଲୋକମାନେ ଏହି ଦ୍ରୁଶ୍ୟ ଦେଖି ମହିଳାଙ୍କ ବିଷୟରେ ଆଲୋଚନା କରିଥିଲେ ଏବଂ କହିଥିଲେ ବିଲେଇକୁ ବଞ୍ଚାଇବା ପାଇଁ ସେ କେମିତି ନିଜ ପିଲାର ଜୀବନକୁ ବାଜି ଲଗାଇ ପାରିଲେ।

ପିଲାଟି ତାର ବୟାନରେ ଜଣାଇଛି ଯେ ସେ ଏହି ସମୟରେ ବହୁତ ଡରିଯାଇଥିଲା। ତାର ଜେଜମା ମଧ୍ୟ ଯେତେବେବେଳ ଏହି ଭିଡିଓକୁ ଦେଖିଲେ ସେ ବି ଡରିଗଲେ ଏବଂ ସେ ଆଗକୁ ଏମିତି କରିବେନାହିଁ ବୋଲି ମଧ୍ୟ କହିଛନ୍ତି।

video courtesy : 6parkonline

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.