କଳାହାଣ୍ଡି ବୋରଗୁଡ଼ା ନିକଟରେ ଗୁଳି କରି ୬ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ, ଚାଲିଗଲା ଜଣଙ୍କ ଜୀବନ

କଳାହାଣ୍ଡି : ଜଙ୍ଗଲ ରାସ୍ତାରେ ଆକ୍ରମଣ କରି ୬ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚାଲିଗଲା ଜଣଙ୍କ ଜୀବନ । କଳାହାଣ୍ଡି ଜୁନାଗଡ଼ ଥାନା ବୋରଗୁଡ଼ା ନିକଟରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । କପା ବିକ୍ରି ଟଙ୍କା ନେଇ ଗାଁକୁ ଯାଉଥିବା ବେଳେ କ୍ଷୀତି ନାୟକ ଓ ପୁଅ ବଳଭଦ୍ର ନାୟକଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ । ଏମାନଙ୍କୁ ପ୍ରଥମେ ଜୁନାଗଡ଼ ହସ୍ପିଟାଲ ଓ ପରେ ଭବାନୀପାଟଣା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ପୁଅ ବଳଭଦ୍ରଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ଦେଶୀ ବନ୍ଧୁକ ଜବତ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.