Below header

ହ୍ରିତ୍ୱିକ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଜୈନ, ସେୟାର କଲେ ଏହି ସ୍ପେଶାଲ ଫଟୋ

ବଲିଉଡ୍‌ର ସୁପରଷ୍ଟାର ହ୍ରିତ୍ୱିକ୍‌ ରୋସନ ଆଜି ନିଜର ଜନ୍ମଦିନ ସେଲିବ୍ରେଟ କରୁଛନ୍ତି। ଜନ୍ମଦିନରେ ତାଙ୍କର ପ୍ରଥମ ପତ୍ନୀ ସୁଜୈନ ସ୍ୱତନ୍ତ୍ର ଭାବରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସୁଜୈନ ହ୍ରିତ୍ୱିକ୍‌ ଙ୍କ ସହ ତାଙ୍କର ଦୁଇ ପୁଅଙ୍କ ସହ ଅନେକ ସ୍ପେଶାଲ ଫଟୋ ମଧ୍ୟ ସେୟାର କରିଛନ୍ତି। ଫଟୋ ସେୟାର କରି ସୁଜୈନ ଲେଖିଛନ୍ତି- ହାପ୍ପୀ ବର୍ଥଡେ ହ୍ରିତ୍ୱିକ୍‌ ରୋସନ. . . ଆପଣ ବହୁତ ଅଭ୍ଭୁତ ମଣିଷ।
ସୂଚନା ମୁତାବକ ଛାଡପତ୍ର ପରେ ମଧ୍ୟ ହ୍ରିତ୍ୱିକ୍‌ ଏବଂ ସୁଜୈନ ଭଲ ବନ୍ଧୁତ୍ୱର ସମ୍ପର୍କରେ ରହିଛନ୍ତି।

sussanneସୁଜୈନ ଖାନ୍‌ ହ୍ରିତ୍ୱିକ୍‌ଙ୍କ ପରିବାର ପାଇଁ ପ୍ରତ୍ୟେକ ସମୟରେ ସାଥ୍‌ ଦେଇଥାନ୍ତି। ସେହିଭଳି ହ୍ରିତ୍ୱିକ୍‌ ମଧ୍ୟ ସୁଜୈନଙ୍କ ପରିବାର ସହ ମିଳାମିଶା କରିଥାନ୍ତି। ଦୁଇଜଣ ନିଜ ପିଲାଙ୍କ ପାଇଁ ମଧ୍ୟ ଏକାଠି ଲଞ୍ଚ, ଡିନର୍‌ ଏବଂ ଛୁଟିଦିନରେ ବୁଲିବାକୁ ଯାଇଥାନ୍ତି।

ଜାଣନ୍ତୁ କେବେ ହୋଇଥିଲା ହ୍ରିତ୍ୱିକ୍‌ ଏବଂ ସୁଜୈନଙ୍କ ବିବାହ?

hrithikସୁଜୈନ ଖାନ୍‌ ୨୦୦୦ ବର୍ଷରେ ଅଭିନେତା ହ୍ରିତ୍ୱିକ୍‌ ରୋସନଙ୍କୁ ବିବାହ କରିଥିଲେ। ଏହାପରେ ୨୦୧୪ ମସିହାରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା। ହ୍ରିତ୍ୱିକଙ୍କ ସହ ନିଜର ସମ୍ପର୍କକୁ ନେଇ ସୁଜୈନ କହିଛନ୍ତି, ଏବେ ଆମେ କପଲ୍‌ ନୁହେଁ କିନ୍ତୁ ବହୁତ ଭଲ ବନ୍ଧୁ। ହ୍ରିତ୍ୱିକଙ୍କ ପାଖରେ ମତେ ମୋର ସପୋର୍ଟ ସିଷ୍ଟମ ଦେଖାଯାଇଥାଏ। ଏବେ ଆମେ ପରସ୍ପର ଏକାଠି ନହୋଇ ପାରିଲେ ମଧ୍ୟ ଆବଶ୍ୟକତା ପଡିଲେ ଉଭୟ ପରସ୍ପରଙ୍କ ପାଇଁ ନିଶ୍ଚୟ ଉପସ୍ଥିତ ରହିବୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.