କ୍ରୀଡା

ବିଶ୍ବକପ୍ ପୂର୍ବରୁ ଭାରତ ଖେଳିବ ଶେଷ ଦିନିକିଆ ସିରିଜ୍

ନୂଆଦିଲ୍ଲୀ : ବିଶ୍ବକପ୍ ପୂର୍ବରୁ ଭାରତ ଖେଳିବ ଶେଷ ଦିନିକିଆ ସିରିଜ୍ ।  ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି ।  ଆରମ୍ଭରୁ ଖେଳିବେନି ରୋହିତ ଓ ବିରାଟ ।  ପ୍ରଥମ ୨ଟି ମ୍ୟାଚରୁ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବଙ୍କୁ ବିଶ୍ରାମ ଦିଆଯାଇଛି ।  ପ୍ରଥମ ଦୁଇଟି ଦିନିକିଆର ନେତୃତ୍ବ ନେବେ କେ.ଏଲ୍ ରାହୁଲ । ଉପଅଧିନାୟକ ରହିବେ ରବୀନ୍ଦ୍ର ଜାଡେଜା ।  ଶେଷ ଦିନିକିଆର ନେତୃତ୍ବ ନେବେ ରୋହିତ ଶର୍ମା।  ଦଳକୁ ଫେରିଛନ୍ତି ଭେଟରାନ ଅଫ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍।  ଦଳରେ ଋତୁରାଜ ଗାଏକୱାଡ଼, ଶୁଭମନ ଗିଲ୍ , ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ତୀଲକ ବର୍ମା, ଇଶାନ କିଶାନ , ଶାର୍ଦ୍ଦୁଲ ଠାକୁର, ୱାଶିଂଟନ ସୁନ୍ଦର, ଯଶପ୍ରିତ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା  ସ୍ଥାନ ପାଇଛନ୍ତି। ବିଶ୍ବକପ୍ ଦଳରେ ସ୍ଥାନ ପାଇନଥିବା କିଛି ଖେଳାଳିଙ୍କୁ ପ୍ରସ୍ତୁତ କରି ରଖିବାକୁ ଚୟନ କମିଟି ଯୋଜନା କରିଛି । ଫଳରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଜରିଆରେ ବହୁ ଖେଳାଳି ନିଜକୁ ପ୍ରସ୍ତୁତ କରିବାର ସୁଯୋଗ ପାଇବେ ।  ଆସନ୍ତା ୨୨ ତାରିଖରେ ପ୍ରଥମ ମ୍ୟାଚରେ ଦଳ ମୋହାଲିରେ ଅଷ୍ଟ୍ରେଲିଆର ସାମ୍ନା କରିବ। ସେହିପରି ୨୪ ତାରିଖରେ ଇନ୍ଦୋର ଓ ୨୭ରେ ଶେଷ ଦିନିକିଆ ରାଜକୋଟରେ ଖେଳାଯିବ । ବିଶ୍ୱକପକୁ ଦୃଷ୍ଟିରେ ରଖି ଏହି ତିନିଟି ମ୍ୟାଚ୍ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି ।

Pritiparna

Recent Posts

ଯୁଦ୍ଧ ଶେଷ କରିବାର ସମୟ ଆସିଛି : ବାଇଡେନ

ଯୁଦ୍ଧ ଶେଷ କରିବାର ସମୟ ଆସିଛି । ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ଆମେରିକା ରାଷ୍ଟ୍ରପତି…

8 mins ago

୫୬ ଡିଗ୍ରୀରେ ରେକର୍ଡ ଭାଙ୍ଗିଲା ନାଗପୁର, କେତେ ଡିଗ୍ରୀ ତାପମାତ୍ରା ସହ୍ୟ କରିପାରିବ ମଣିଷ ଶରୀର?

ଏଥର ଗରମ ସମସ୍ତ ରେକର୍ଡ ଭାଙ୍ଗିଦେଇଛି । ଚଳିତ ବର୍ଷ ସମଗ୍ର ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି, ଏଥିଯୋଗୁଁ…

11 mins ago

ହାଇକୋର୍ଟରେ ୧୩୦୦ରୁ ଅଧିକ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଗୁଜରାଟ ହାଇକୋର୍ଟରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି…

19 mins ago

ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ

ବାଲେଶ୍ୱର (କେନ୍ୟୁଜ୍‌): ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱର ୭.୪୬ ପ୍ରତିଶତ, ଭଦ୍ରକରେ…

37 mins ago

ପୁଣେ ପୋର୍ସେ କାର ଦୁର୍ଘଟଣା ମାମଲା: ନାବାଳକ ଅଭିଯୁକ୍ତର ମା’ ଗିରଫ, ରକ୍ତ ନମୁନା ବଦଳାଇଥିବା ଅଭିଯୋଗ

ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ନାବାଳକଙ୍କ ମା’ଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନାବାଳକ ମା' ଶିବାନୀ…

45 mins ago

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି, ଉପକୂଳରେ ଅସହ୍ୟ ହେଉଛି ଗୁଳୁଗୁଳି

କେନ୍ୟୁଜ୍‌: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା ।…

1 hour ago