ନୂଆଦିଲ୍ଲୀ : ପରାଜୟ ଧାରାରେ ବ୍ରେକ୍ ଲଗାଇଲା ଟିମ୍ ଇଣ୍ଡିଆ । ନଟିଂହମ୍ ତୃତୀୟ ଟେଷ୍ଟରେ ଦମଦାର ବିଜୟ । ନିଜ ମାଟିରେ ଇଂଲଣ୍ଡକୁ ୨୦୩ରନ୍ର ବିପୁଳ ବ୍ୟବଧାନରେ ମାତ ଦେଇଛି କୋହଲି ବାହିନୀ । ୫୨୧ ରନ୍ ବିଜୟ ଲକ୍ଷ୍ୟର ପିଛା କରି ଘରୋଇ ଦଳ ଦ୍ୱିତୀୟ ଇନିଂସରେ ୩୧୭ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା ।
ଗତକାଲିର ଅସମାପ୍ତର ୯ ଓ୍ଵିକେଟରେ ୩୧୧ ରନ୍କୁ ଆଜି ଖେଳ ଆରମ୍ଭ କରିଥିଲା ଇଂଲିଶ ବାହିନୀ । ମାତ୍ର ୬ ରନ୍ ଯୋଡ଼ି ପାରିଥିଲା । ଶେଷ ଓ୍ଵିକେଟକୁ ଅଶ୍ୱିନ ଅକ୍ତିଆର କରି ଭାରତର ବିଜୟ ମୁଣ୍ଡି ମାରିଥିଲେ । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ପକ୍ଷରୁ ଜୋସ୍ ବଟଲର୍ ସର୍ବାଧିକ ୧୦୬ ରନ୍ ଓ ବେନ୍ ଷ୍ଟୋକସ୍ ୬୨ ରନ୍ କରିଥିଲେ । ଏହି ବିଜୟ ସହ ପୂର୍ବ ପରାଜୟର ପ୍ରତିଶୋଧ ନେଇଛି ଟିମ୍ ଇଣ୍ଡିଆ ।
ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…
ଭୁବନେଶ୍ବର(କେନ୍ୟୁଜ୍): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…
ଭୁବନେଶ୍ବର(କେନ୍ୟୁଜ୍): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…
ମୟୂରଭଞ୍ଜ (କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…
ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…
ଭୁବନେଶ୍ୱର(କେନ୍ୟୁଜ୍): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…