Below header

ତୃତୀୟ ଟେଷ୍ଟରେ ଭାରତର ଦମଦାର ବିଜୟ

ନୂଆଦିଲ୍ଲୀ : ପରାଜୟ ଧାରାରେ ବ୍ରେକ୍ ଲଗାଇଲା ଟିମ୍ ଇଣ୍ଡିଆ । ନଟିଂହମ୍ ତୃତୀୟ ଟେଷ୍ଟରେ ଦମଦାର ବିଜୟ । ନିଜ ମାଟିରେ ଇଂଲଣ୍ଡକୁ ୨୦୩ରନ୍ର ବିପୁଳ ବ୍ୟବଧାନରେ ମାତ ଦେଇଛି କୋହଲି ବାହିନୀ । ୫୨୧ ରନ୍ ବିଜୟ ଲକ୍ଷ୍ୟର ପିଛା କରି ଘରୋଇ ଦଳ ଦ୍ୱିତୀୟ ଇନିଂସରେ ୩୧୭ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା ।

ଗତକାଲିର ଅସମାପ୍ତର ୯ ଓ୍ଵିକେଟରେ ୩୧୧ ରନ୍କୁ ଆଜି ଖେଳ ଆରମ୍ଭ କରିଥିଲା ଇଂଲିଶ ବାହିନୀ । ମାତ୍ର ୬ ରନ୍ ଯୋଡ଼ି ପାରିଥିଲା । ଶେଷ ଓ୍ଵିକେଟକୁ ଅଶ୍ୱିନ ଅକ୍ତିଆର କରି ଭାରତର ବିଜୟ ମୁଣ୍ଡି ମାରିଥିଲେ । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ପକ୍ଷରୁ ଜୋସ୍ ବଟଲର୍ ସର୍ବାଧିକ ୧୦୬ ରନ୍ ଓ ବେନ୍ ଷ୍ଟୋକସ୍ ୬୨ ରନ୍ କରିଥିଲେ । ଏହି ବିଜୟ ସହ ପୂର୍ବ ପରାଜୟର ପ୍ରତିଶୋଧ ନେଇଛି ଟିମ୍ ଇଣ୍ଡିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.